କେନ୍ଦୁଝର : କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କଟୁପାଲି ଗ୍ରାମରୁ ପ୍ରାୟ ଦଶ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର ହୋଇଛି। ଖାଦ୍ୟ ଅନ୍ୱେଷଣରେ ଆସି ଅଜଗରଟି ଜଣଙ୍କ ବାଡ଼ିରେ ଲାଗିଥିବା ଏକ ଜାଲରେ ଫସି ଯାଇଥିଲା ବୋଲି ଜଣାପଡ଼ିଛି। ସାପଟିକୁ ଦେଖି ବ୍ୟକ୍ତି ଜଣକ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଏହାପରେ ରେଞ୍ଜ ଅଧିନସ୍ଥ ବାମବାରୀ ବିଭାଗର କର୍ମଚାରୀ ଆସି ଅଜଗର ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି ବୋଲି ସୂଚନା ମିଳିଛି।
Popular Categories



