www.samajalive.in
Wednesday, December 10, 2025
26.1 C
Bhubaneswar

ଜାତୀୟ ଶିକ୍ଷାନୀତି-୨୦୨୦ର ତୃତୀୟବର୍ଷ ପୂର୍ତ୍ତି

କେନ୍ଦୁଝରଗଡ : ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି-୨୦୨୦ର ତୃତୀୟବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୯ତାରିଖରେ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅଖିଳ ଭାରତୀୟ ଶିକ୍ଷା ସମାଗମ ଉଦ୍‌‌ଘାଟନ ହେବା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦୁଝର ସହର ଉପକଣ୍ଠ ରାଙ୍କିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ନୂତନ ଭାବେ ହାତକୁ ନିଆଯାଇଥବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।  ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ ସାହୁ ଏଥିରେ ଯୋଗଦେଇ ଭାରତର ଦୃତ ଅର୍ଥଗାମୀ ଭିଜନ ସମ୍ପର୍କରେ ମତବ୍ୟକ୍ତ କରିବା ଅବସରରେ ନୂତନ ଶିକ୍ଷା ନୀତି ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପ୍ରାରମ୍ଭରୁ ୫+୩+୩+୪ ପଦ୍ଧତିରେ ଶିକ୍ଷାଦାନର ଉପକାରିତା ସମ୍ପର୍କରେ ବିସ୍ତୃତ ବ୍ୟାଖା  କରିଥିଲେ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମନପସନ୍ଦର ଶିକ୍ଷା ଓ ବୈଷୟିକ ଶିକ୍ଷା କିଭଳି ଗ୍ରହଣ କରିପାରିବେ ତାହା ଅବଗତ କରିଥିଲେ। ସମଗ୍ର ଦେଶରେ ୧୨୫୦ କେନ୍ଦ୍ରୀୟ ବିଦ୍ୟାଳୟରେ ୧୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେଥିମଧ୍ୟରୁ ୪୯ ବିଦ୍ୟାଳୟରେ ୩ରୁ ୫ବର୍ଷ ବୟସର ୫୪୭୭ଜଣ ଛାତ୍ରଛାତ୍ରୀଙ୍କୁ ବାଲବାଟିକା ଶିକ୍ଷା ପ୍ରଦାନ ଆରମ୍ଭ ହୋଇଥିବା ବେଳେ ୨୦୨୩-୨୪ ଶିକ୍ଷାବର୍ଷରେ ୫୦୦ରୁ ଉର୍ଦ୍ଧ୍ଵ ବିଦ୍ୟାଳୟରେ ବାଲବାଟିକା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ ବୋଲି କହିଥିଲେ। ସେହିଭଳି ବିଦ୍ୟାଞ୍ଜଳି ପୋର୍ଟାଲ ମାଧ୍ୟମରେ ଶିକ୍ଷାଦାନକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଇ-ପୋର୍ଟାଲ ମାଧ୍ୟମରେ ଡିଜିଟାଇଜେସନ ଦ୍ୱାରା ୩ଲକ୍ଷ ୧୭ହଜାର ଇ-ବିଷୟବସ୍ତୁ ୨୯ ଭାରତୀୟ ଓ ୭ଟି ବିଦେଶୀ ଭାଷାରେ ପୁସ୍ତକ ଉପଲବ୍ଧ କରାଯାଇ ଛାତ୍ରଛାତ୍ରୀ ଏହାର ଉପଯୋଗ କରୁଥିବା ଅଧ୍ୟକ୍ଷ ଶ୍ରୀ ସେଠୀ କହିଥିଲେ। କେନ୍ଦ୍ର ସରକାରଙ୍କ ଏହି ନୂତନ ଜାତୀୟ ଶିକ୍ଷା ନୀତି ଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି କେବଳ ଚାକରୀ ଅଭିମୁଖୀ ନହୋଇ ବୈଷୟିକ ଜ୍ଞାନରେ ଭରପୁର ହୋଇ ନୂତନ ରୋଜଗାର ସୃଷ୍ଟିର ମାଧ୍ୟମ ସାଜି ପାରିବେ ବୋଲି କହିଥିଲେ। ରବୀନ୍ଦ୍ର ବିଦ୍ୟା ନିକେତନର ମେଣ୍ଟର ନନ୍ଦିନୀ ମୁଖାର୍ଜୀ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦୁଝରର ଅଧ୍ୟାପକ ଦେବଜ୍ୟୋତି ପୃଷ୍ଟି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories