Patra electronics

କେମ୍ପେଗୌଡ଼ା ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲକୁ ଉଦ୍‌‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲକୁ ଉଦ୍‌‌ଘାଟନ କରିବେ। ୫ ହଜାର କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ବିମାନ ବନ୍ଦରର ଯାତ୍ରୀସେବା, ଇମିଗ୍ରେସନ ଏବଂ ଚେକ୍‌‌ ଇନ୍‌‌ ବ୍ୟବସ୍ଥା ଦ୍ୱିଗୁଣିତ ହେବ ବୋଲି ଜଣାପଡ଼ିଛି। ଏବେ ଗୋଟିଏ ଟର୍ମିନାଲରେ ବାର୍ଷିକ ଅଢ଼େଇ କୋଟି ଯାତ୍ରୀ ଯାତାୟାତ କରୁଥିବା ବେଳେ ଦ୍ୱିତୀୟ ଟର୍ମିନାଲ୍‌‌ ଉଦ୍‌‌ଘାଟନ ପରେ ଏହି ସଂଖ୍ୟା ବାର୍ଷିକ ୫ରୁ ୬ କୋଟିକୁ ବୃଦ୍ଧି ପାଇବ। ସ୍ୱତନ୍ତ୍ର ଭାବେ ଏହି ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ୱାକ୍‌‌ ଇନ୍‌‌ ଦ ଗାର୍ଡେନ୍‌‌ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ୧୦ ହଜାର ସ୍କୋୟାର ମିଟର ସବୁଜ କାନ୍ଥ ଏବଂ ବଗିଚା ଭଳି ପରିବେଶର ଆନନ୍ଦ ଅନୁଭବ କରିବେ। ଦେଶର ନିଜସ୍ୱ ଜ୍ଞାନ କୌଶଳରେ ଏହା ନିର୍ମାଣ କରାଯାଇଛି।

Comments are closed.