www.samajalive.in
Saturday, December 6, 2025
26.1 C
Bhubaneswar

ନେତାନ୍ୟାହୁଙ୍କୁ ହତ୍ୟା ଷଡ଼ଯନ୍ତ୍ର; ଇସ୍ରାଏଲ ନାଗରିକ ଗିରଫ

ତେଲଆବିଭ୍‌: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହତ୍ୟା ଷଡଯନ୍ତ୍ର କରିବା ଅଭିଯୋଗରେ ଦେଶର ଜଣେ ନାଗରିକଙ୍କୁ ଗିରଫ କରାଯାଇଛି। ଇସ୍ରାଏଲ ପୁଲିସ ଓ ଆଭ୍ୟନ୍ତରୀଣ ଗୁଇନ୍ଦା ଏଜେନ୍ସି ‘ସିନ୍ ବେଟ୍‌’ର କହିବା ଅନୁଯାୟୀ ଦେଶର ଜଣେ ନାଗରିକ ଇରାନର ସହଯୋଗରେ ଇସ୍ରାଏଲର କିଛି ଉଚ୍ଚ ପଦାଧିକାରୀ ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ହତ୍ୟା ଲାଗି ଷଡଯନ୍ତ୍ର ଚଳାଇଥିଲେ। ନିଜର ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବା ଲାଗି ଅଭିଯୁକ୍ତ ଜଣଙ୍କ ଗୁପ୍ତରେ ଦୁଇଥର ଇରାନ ଗସ୍ତ କରିଥିଲେ। ଏହି ଅଭିଯାନ ଲାଗି ସେ ଇରାନର ଗୁଇନ୍ଦା ଏଜେନ୍ସି ଠାରୁ ବିପୁଳ ଅର୍ଥ ମଧ୍ୟ ପାଇଥିଲେ। ଗିରଫ ନାଗରିକ ଜଣଙ୍କ ନିଜକୁ ଜଣେ ବ୍ୟବସାୟୀ ବୋଲି ପରିଚୟ ଦେଇଛି। ସେ ଜଣେ ଇହୁଦି ହୋଇଥିବାବେଳେ ଆସକେଲୋନ ସହରରେ ବାସ କରେ। ସିନ୍‌ ବେଟ୍‌ର ମୁଖ୍ୟ ରୋନେନ ବାର୍ କହିଛନ୍ତି ଯେ ଇସ୍ରାଏଲ ନାଗରିକଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ କରିବା ଲାଗି ମଧ୍ୟ ଇରାନ ଗୁଇନ୍ଦା ଷଡଯନ୍ତ୍ର ଚଳାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories