ମୁଖ୍ୟ ଶାସନସଚିବଙ୍କୁ ମାଡ଼ ମାମଲା : କେଜରିୱାଲଙ୍କୁ ଜେରା କରିବ ପୁଲିସ

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଲିସ ଜେରା କରିବ। ଏ ନେଇ ବୁଧବାର ପୁଲିସ ପକ୍ଷରୁ କେଜରିୱାଲଙ୍କୁ ଏକ ନୋଟିସ୍‍ ଜାରି କରାଯାଇଛି। ସିଆର୍‍ପିସି ଧାରା ୧୬୦ ଅଧୀନରେ ତାଙ୍କୁ ଏହି ନୋଟିସ୍‍ ଜାରି କରାଯାଇଛି। ଶୁକ୍ରବାର ସକାଳ ୧୧ଟାରେ ତଦନ୍ତ ବେଳେ କେଜରିୱାଲ ଉପସ୍ଥିତ ରହିବାକୁ ନୋଟିସ୍‍ରେ ଦର୍ଶାଯାଇଛି। ସିଭିଲ୍‍ଲାଇନ୍ସ ଥାନା ପୁଲିସ ଅଧିକାରୀ କେଜରିୱାଲଙ୍କ ବାସଭବନକୁ ଯାଇ ତାଙ୍କର ଜଣେ କର୍ମଚାରୀଙ୍କୁ ଏହି ନୋଟିସ୍‍ ପ୍ରଦାନ କରିଥିବା ଜଣାପଡିଛି। ତେବେ କେଜରିୱାଲ ତଦନ୍ତ ବେଳେ ଉପସ୍ଥିତ ରହିବେ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ନ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କେଜରିୱାଲଙ୍କ ଘରେ ଏକ ବୈଠକ ବେଳେ ଆପ୍‍ର ବିଧାୟକ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Leave A Reply