www.samajalive.in
Monday, December 15, 2025
26.1 C
Bhubaneswar

କେଜେରିୱାଲଙ୍କୁ ଅଂଶୁ ପ୍ରକାଶଙ୍କ ପତ୍ର

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆମ ଆଦମୀ ପାର୍ଟି (ଆପ) ବିଧାୟକଙ୍କ ଆକ୍ରମଣ ଘଟଣା ପରେ ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧି ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଫଳରେ ଦିଲ୍ଲୀ ବଜେଟ ଅଧିବେଶନ ନିମନ୍ତେ ଆୟୋଜିତ ଜନପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ବୈଠକରେ ଅପ୍ରୀତିକର ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି । ତେବେ ଇତି ମଧ୍ୟରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜେରିୱାଲଙ୍କୁ ଏକ କଟାକ୍ଷପୂର୍ଣ୍ଣ ପତ୍ର ଲେଖିଛନ୍ତି । ପତ୍ରରେ ଅଂଶୁ ପ୍ରକାଶ ଉଲ୍ଲେଖ କରିଛନ୍ତି ଯେ ବୈଠକରେ ପ୍ରାଶାସିନକ ଅଧିକାରୀଙ୍କୁ କୌଣସି ମୌଖିକ କିମ୍ବା ଶାରୀରିକ ଆକ୍ରମଣ ହେବନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଥମେ ସୁନିଶ୍ଚିତ କରାନ୍ତୁ । ଏହାପରେ ପ୍ରାଶାସନିକ ଅଧିକାରୀମାନେ ବୈଠକରେ ଯୋଗଦେବେ । ସେପଟେ ଦିଲ୍ଲୀ ଆଇଏଏସ୍‌ ସଂଘ ଏହି ଘଟଣାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ କ୍ଷମା ମାଗିବାକୁ ଦାବି କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅର୍ଥ ସଚିବ ଓ କେତେକ ବରିଷ୍ଠ ଅଧିକାରୀ ଯୋଗଦେବେ । ଏହି ବୈଠକକୁ ସିଧା ପ୍ରସାରଣ କରିବାକୁ ଆପ ଯୋଜନା କରୁଥିବା ସୂଚନା ମିଳିଛି । ପ୍ରାୟ ସପ୍ତାହେ ହେବ ଦିଲ୍ଲୀର ବିଭିନ୍ନ ବିଭାଗର କାର୍ଯ୍ୟରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବାକୁ ଏହି ବୈଠକରେ ପ୍ରୟାସ କରାଯିବ ବୋଲି କୁହାଯାଉଛି ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories