www.samajalive.in
Tuesday, December 9, 2025
16.1 C
Bhubaneswar

ଭକ୍ତଙ୍କ ପାଇଁ ଏହି ତାରିଖରେ ଖୋଲିବ କେଦାରନାଥ ମନ୍ଦିର

ନୂଆଦିଲ୍ଲୀ: ମହାଶିବରାତ୍ରିରେ ଭକ୍ତଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଭକ୍ତଙ୍କ ପାଇଁ କେଦାରନାଥ ମନ୍ଦିର ଖୋଲିବାକୁ ଯାଉଛି। ଆସନ୍ତା ମେ ମାସ ୧୦ ତାରିଖରେ ମନ୍ଦିରର ଦ୍ୱାରା ଭକ୍ତଙ୍କ ଲାଗି ଖୋଲାଯିବ ବୋଲି ସୂଚନା ମିଳିଛି। ଓଁମକେଶ୍ୱର ମନ୍ଦିର ଉଖିମଠରେ ଏହି ତାରିଖ ଘୋଷଣା କରାଯାଇଛି। ୧୦ ତାରିଖ ଦିନ ଶୁଭ ସମୟ ସକାଳ ୭ଟାରେ ଦ୍ୱାରା ଖୋଲାଯିବ ବୋଲି କୁହାଯାଇଛି। ଯାତ୍ରାକୁ ସୁଗମ ଓ ନିରାପଦ କରିବା ପାଇଁ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହାସହିତ ବଦ୍ରିନାଥ ଏବଂ କେଦାରନାଥରେ ହସ୍ପିଟାଲ ସେବା ଆରମ୍ଭ ହେବ। ହସ୍ପିଟାଲ ଲାଗି ସମସ୍ତ ଯନ୍ତ୍ରାଂଶ କିଣିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁମୋଦନ ମିଳିଛି। ଯାତ୍ରା ମାର୍ଗରେ ଅଭିଜ୍ଞ ଡାକ୍ତରୀଦଳ ନିୟୋଜିତ ହେବେ। ଯାହା ଦ୍ୱାରା ତୀର୍ଥଯାତ୍ରୀମାନେ ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories