www.samajalive.in
Monday, December 15, 2025
26.1 C
Bhubaneswar

କେବିସିରେ କର୍ଣ୍ଣେଲ କ୍ୟୁରେସି ଓ ବ୍ୟୋମିକା; ପ୍ରସାରଣକୁ ରାହୁଲଙ୍କ ସମାଲୋଚନା

ମୁମ୍ବଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ବାରା ସଞ୍ଚାଳିତ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ (କେବିସି)ର ସ୍ବତନ୍ତ୍ର ଏପିସୋଡରେ ଭାରତୀୟ ସେନାର ଦୁଇ ବହୁଚର୍ଚ୍ଚିତ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିୟା କ୍ୟୁରେସି ଓ ୱିଙ୍ଗ୍‌ କମାଣ୍ଡର ବ୍ୟୋମିକା ସିଂହଙ୍କୁ ଦେଖିବାକୁ ମିଳିବ। ସ୍ବାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୫ରେ ଏହି ଏପିସୋଡ ପ୍ରସାରଣ କରାଯିବ। ଏହି ଅବସରରେ କ୍ୟୁରେସି ଓ ବ୍ୟୋମିକା ପାକିସ୍ତାନ ବିରୋଧରେ ଗ୍ରହଣ କରାଯାଇଥିବା ଅପରେସନ ସିନ୍ଦୂରର ସଫଳତା ସମ୍ପର୍କରେ ବଖାଣିବେ ବୋଲି ଜଣାପଡିଛି। ନିକଟରେ ଏହି ଏପିସୋଡ୍‌ର ପ୍ରୋମୋ ରିଲିଜ୍‌ କରାଯାଇଛି। ହଟ୍‌ ସିଟ୍‌ରେ ବସିଥିବା କ୍ୟୁରେସି ତାଙ୍କ ବୟାନରେ କହିଛନ୍ତି ଯେ ପାକିସ୍ତାନ ବାରମ୍ବାର ଭାରତରେ ଆତଙ୍କବାଦୀ ଘଟଣା ଘଟାଇ ଆସୁଛି। ତେଣୁ ଉପଯୁକ୍ତ ଜବାବ ଦେବାକୁ ଅପରେସନ ସିନ୍ଦୂରର ପରିକଳ୍ପନା କରାଯାଇଥିଲା। ବ୍ୟୋମିକା ତାଙ୍କ ବୟାନରେ କହିଛନ୍ତି ଯେ ମେ’ ୭ ରାତି ୧ଟା ୫ ମିନିଟରୁ ୧ଟା ୩୦ ମିନିଟ ମଧ୍ୟରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାସ୍ଥଳ ଉପରେ ଆକ୍ରମଣ କରାଯାଇ ଖେଳ ଖତମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୌସେନା ଅଧିକାରୀ କମାଣ୍ଡର ପ୍ରେରଣା ଦେଓସ୍ତଳିଙ୍କୁ ମଧ୍ୟ ଦେଖିବାକୁ ମିଳବ। ସୂଚନାଯୋଗ୍ୟ ଅପରେସନ ସିନ୍ଦୂର ଚାଲିଥିବାବେଳେ ଉଭୟ କ୍ୟୁରେସି ଓ ବ୍ୟୋମିକା ସାମ୍ବାଦିକ ସମ୍ମିଳନୀକୁ ନିୟମିତ ସମ୍ବୋଧିତ କରିଥିଲେ।

ଅପରପକ୍ଷରେ ତିନି ମହିଳା ସେନା ଅଧିକାରୀଙ୍କୁ କେବିସିକୁ ଆମନ୍ତ୍ରଣ କରାଯାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ରାହୁଲ ନିଜର ଏକ୍ସ ଆକାଉଣ୍ଟରେ କହିଛନ୍ତି ଯେ ସେନା ପୋଷାକ ପରିଧାନ କରି ଏହି ମହିଳା ଅଧିକାରୀମାନେ କେବିସିରେ ଅଂଶଗ୍ରହଣ କରିବା ନିହାତି ଅପମାନଜନକ। ଅପରେସନ ସିନ୍ଦୂର ଭଳି ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗକୁ ବଲିଉଡ୍‌ ଢାଞ୍ଚାରେ ଉପସ୍ଥାପନ କରାଯିବା ଲଜ୍ଜାଜନକ ବୋଲି ରାହୁଲ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories