www.samajalive.in
Saturday, December 6, 2025
19.1 C
Bhubaneswar

କାୟାକଳ୍ପ ଦଳର ଦିନିକିଆ ଏମ୍‌ସ ଭୁବନେଶ୍ୱର ପରିଦର୍ଶନ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ବଜାୟ ରଖୁଥିବା ନିମନ୍ତେ ପ୍ରଶଂସା

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ନୂଆଦିଲ୍ଲୀରୁ ଆସିଥିବା କାୟାକଳ୍ପର ଏକ ତିନିଜଣିଆ ଦଳ ପ୍ରାଥମିକ ମୂଲ୍ୟାଙ୍କନ ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ଦିନିକିଆ ପରିଦର୍ଶନ କରିଛନ୍ତି। ଏମ୍‌ସ ପାଟ୍‌ନାର ଡ. ସୁଜିତ କୁମାର ସିହ୍ନା, ଡ. ବିଜୟାନନ୍ଦ ନାଏକ ଏବଂ ଡ. ଅସୀମ ସର୍‌ଫରାଜଙ୍କୁ ନେଇ ଗଠିତ ଏହି ଦଳ ପରିଚାଳନା ବ୍ୟବସ୍ଥାରେ ଉଚ୍ଚ ଗୁଣବତ୍ତା ବଜାୟ ରଖିଥିବାରୁ ଏମ୍‌ସ ଭୁବନେଶ୍ୱରକୁ ପ୍ରଶଂସା କରିଥିଲେ।

ଗସ୍ତ ଆରମ୍ଭରେ କାୟାକଳ୍ପ ଦଳ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ) ଆଶୁତୋଷ ବିଶ୍ବାସ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏହି ଜାତୀୟ ପ୍ରତିଷ୍ଠାନ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. (ମେଜର୍‌) ଏମ୍‌ ସି ସାହୁ, ଡ. ଅରବିନ୍ଦ ସିଂ, ଡ. ଅଶୋକ କୁମାର ଜେନା, ଡ. ଗୌରବ ଛାବ୍‌ରା, ଡ. ଧରିତ୍ରୀ ସ୍ବାଇଁ, ଡ. ସୁବର୍ଣ୍ଣା ମିତ୍ର, ଡ. ମହାଲିଙ୍ଗମ ଭେଙ୍କଟେସନ୍‌, ସି ଆର୍‌ ରାଉତ, ଡ. ବିଶ୍ବଜୀବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ପରବର୍ତ୍ତୀ ସମୟରେ ଏହି ଟିମ୍ ଓପିଡି, ଆଇପିଡି, ଅପରେସନ୍‌ କକ୍ଷ, ଆଇସିୟୁ, ଟ୍ରମା ଏବଂ ଜରୁରୀ ଓଟି, ଫାର୍ମାସି, ସିଏସଏସଡି, ରୋଷେଇ ଘର ଆଦି ପରିଦର୍ଶନ କରିଥିଲେ। ହସ୍ପିଟାଲର ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟତା ସେବା ଏବଂ ସ୍ୱଚ୍ଛତା ରକ୍ଷା ନେଇ ବ୍ୟାପକ ପଦକ୍ଷେପ ଆଦିକୁ ନିରୀକ୍ଷଣ କରିଥିଲେ। ଏତଦ୍ ବ୍ୟତୀତ ଏହି ଟିମ୍ ଡକ୍ୟୁମେଣ୍ଟେସନ୍‌ ପ୍ରକ୍ରିୟାକୁ ଯତ୍ନର ସହ ସମୀକ୍ଷା କରିବା ସହିତ କର୍ମଚାରୀ ଏବଂ ରୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।

ଗସ୍ତ ଶେଷରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୂଲ୍ୟାଙ୍କନ ଦଳ ହସ୍ପିଟାଲର କାର୍ଯ୍ୟକାରିତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଉଚ୍ଚ ପରିଚାଳନା ମାନ ବଜାୟ ରଖିବା ବିଶେଷକରି କୋଭିଡ୍‌ ଏବଂ କୋଭିଡ୍‌ ପରବର୍ତ୍ତୀ ଆହ୍ବାନପୂର୍ଣ୍ଣ ସମୟରେ କାୟାକଳ୍ପ ପ୍ରକ୍ରିୟା ସ୍ଥଗିତ ଥିଲେ ମଧ୍ୟ ଏମ୍‌ସର ପଦକ୍ଷେପ ଅନୁକରଣୀୟ ବୋଲି ମୂଲ୍ୟାଙ୍କନ ଟିମ୍‌ ମତବ୍ୟକ୍ତ କରିଥିଲେ।  ସ୍ୱଚ୍ଛତା ଏବଂ ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ନିରନ୍ତର ଅଭ୍ୟାସ ସୃଷ୍ଟି କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟର ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱରକୁ ପୂର୍ବରୁ କ୍ରମାଗତ ଭାବେ ତିନିଥର କାୟାକଳ୍ପ ପୁରସ୍କାରରେ ସମ୍ମାନିତ କରାଯାଇସାରିଛି।

ସ୍ବଚ୍ଛ ଭାରତ ମିସନ୍‌ର ପରିବ୍ୟାପ୍ତ ନିମନ୍ତେ କାୟାକଳ୍ପ ପୁରସ୍କାର ଯୋଜନା ୧୫ ମେ,୨୦୧୫ ରେ ଆରମ୍ଭ କରାଯାଇଥିଲା। ଜନସ୍ୱାସ୍ଥ୍ୟ ସେବାରେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ଉନ୍ନତ ତଥା ପ୍ରୋତ୍ସାହିତ କରିବା ଏବଂ ଆଦର୍ଶ ପ୍ରଦର୍ଶନ ସୁବିଧାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories