www.samajalive.in
Sunday, December 7, 2025
16.1 C
Bhubaneswar

ଜାନୁଆରୀ ୨୫ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

 ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଚଳିତ ବର୍ଷ ଜାନୁଆରୀ ୨୫ ତାରିଖ ଠାରୁ ୪ ଦିନ ବ୍ୟାପି ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୁମି ମହୋତ୍ସବ। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ଜିଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଇଛି। ମହୋତ୍ସବରେ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବା ସହ ୩୦୦ ଷ୍ଟଲର ବ୍ୟବସ୍ଥା ମଧ୍ୟ କରାଯାଇଛି। ମିଶନ ଶକ୍ତିର ମହିଳାମାନେ ହସ୍ତତନ୍ତ କଳାକୃତି ଓ ଅନ୍ୟାନ୍ୟ ପ୍ରସ୍ତୁତି ସାମଗ୍ରୀ ବିକ୍ରିବଟା କରିବା ପାଇଁ  ବ୍ୟବସ୍ଥା ହୋଇଛି। ଗହଳିକୁ ଦୃଷ୍ଟିରେ ରଖି ଶୌଚାଳୟ ବ୍ୟବସ୍ଥା, ଅଲୋକୀକରଣ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ପ୍ରାର୍କିଙ୍ଗ ବ୍ୟବସ୍ଥା, ଦର୍ଶକ ମାନଙ୍କ ପାଇଁ ସିଟିଙ୍ଗ ବ୍ୟବସ୍ଥା ଆଦି ଉପରେ ଆଲୋଚନା କରାଯାଇଛି। ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ କଳାକାର ଏବଂ ଓଡ଼ିଶା ବାହାରରୁ ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ତଦାରଖ ବେଳେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତି ଭାଷନ୍ , ବ୍ରହ୍ମପୁର ଉପ ଜିଲାପାଳ ଆଶୁତୋଷ କୁଲକର୍ଣି, ଗୋପାଳପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଛତ୍ରପୁର ବିଡ଼ିଓ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିଦ୍ ସଂଗ୍ରlମଜିତ୍ ସାହୁ, ଓର୍ମାସ ର ଅଧିକାରୀ, ଇଭେଣ୍ଟ ମ୍ୟାନେଜମେଣ୍ଟର ଅଖେନ୍ଦୁ ପଟ୍ଟନାୟକ, ରଙ୍ଗେଇଲୁଣ୍ଡା ଏବିଡ ଓ ତ୍ରିପତି ବାଲାଜୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ ଡିସେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ପ୍ରତିବର୍ଷ ୫ ଦିନିଆ ମହୋତ୍ସବ ଆୟୋଜନ ହେଉଥିବା ବେଳେ ଗତ ବର୍ଷ ବିନା କୌଣସି କାରଣରୁ ଏହାକୁ ଆୟୋଜିତ କରା ଯାଇ ପାରିନଥିଲା। ଏ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ ୫ ଦିନ ବଦଳରେ ୪ ଦିନ ମହୋତ୍ସବ କରିବାକୁ ଅଣ୍ଟା ଭିଡ଼ି ଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories