ଏହି ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ – ଶୁକ୍ରବାର ରାଶିଫଳ

ମେଷ- ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ସହାୟତା ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଶୁଭ ରଙ୍ଗ ଲାଲ ଓ ଶୁଭ ସଂଖ୍ୟା ୯।

ବୃଷ- ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବେ। ବନ୍ଧୁ ବିିରୋଧର ସମ୍ମୁଖୀନ ହେବେ। ସାଧନା ଫଳବତୀ ହେବ। ଖର୍ଚ୍ଚ ବୃଦ୍ଧି ପାଇବ। ମଧୁର କଥାରେ ପରକୁ ଆପଣାର କରିବେ। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୨।

ମିଥୁନ- ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଶୁଭ ରଙ୍ଗ ଶାଗୁଆ, ଶୁଭ ଅଙ୍କ ୫।

କର୍କଟ- କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦୟାଳୁ ସ୍ବଭାବର ହେବେ। ମନ ପ୍ରସନ୍ନ ରହିବ। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୨।

ସିଂହ- ଭାଗ୍ୟଶାଳୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନଙ୍କ ପ୍ରିୟପାତ୍ର ହେବେ। ଶୁଭ ରଙ୍ଗ ଗୋଲାପୀ ଓ ଶୁଭ ଅଙ୍କ ୧।

କନ୍ୟା- ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ଜଳଯାତ୍ରା ନ କରିବା ଭଲ। ସତର୍କର ସହ ଚଳିବାକୁ ପଡ଼ିବ। ଶୁଭ ରଙ୍ଗ ଶାଗୁଆ, ଶୁଭ ରଙ୍ଗ ୫।

ତୁଳା- ସେବା କାର୍ଯ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୬।

ବିଚ୍ଛା- ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବନ୍ଧୁ ମିଳନରେ ଉପକୃତ ହେବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ ରଙ୍ଗ ଲାଲ ଓ ଶୁଭ ଅଙ୍କ ୯।

ଧନୁ- କର୍ମଚଞ୍ଚଳ ରହିବେ। ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ମୁଖ୍ୟତଃ ବ୍ୟବସାୟରୁ ପ୍ରଚୁର ଲାଭ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ରଙ୍ଗ ହଳଦୀ, ଶୁଭ ଅଙ୍କ ୩।

ମକର- ପରିଶ୍ରମ କଠିନ ଓ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୪।

କୁମ୍ଭ- ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନରୁ ଚିନ୍ତାମୁକ୍ତ ହେବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ଓ କଥାରେ ସ୍ଥିର ରହିବେ। ଶୁଭ ରଙ୍ଗ କଳା, ଶୁଭ ଅଙ୍କ ୮।

ମୀନ- ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ନୀତିନିଷ୍ଠ ହେବେ। ମତିମାନ୍‌ ହୋଇପାରନ୍ତି। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶୁଭ ରଙ୍ଗ ହଳଦୀ, ଶୁଭ ଅଙ୍କ ୩।

Comments are closed.