www.samajalive.in
Saturday, December 6, 2025
26.1 C
Bhubaneswar

ଆର୍ଥିକ ସମସ୍ୟାରୁ ମୁକ୍ତି ଦିଏ କଉଡି

ଜୀବନରେ ଟଙ୍କାପଇସା ଓ ଧନସମ୍ପତ୍ତିର ଅଧିକ ମହତ୍ତ୍ବ ରହିଛି। ଟଙ୍କା ପାଖରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଟଙ୍କା ବିନା ଜୀବନରେ ଅନେକ କାର୍ୟ୍ୟ ଅଟକି ରହିଯାଇଥାଏ। ତେଣୁ ସମସ୍ତେ ଜୀବନରେ ଅଧିକ ଧନ ଉପାର୍ଜନ କରିବାକୁ ଚାହିଁ ଥାଆନ୍ତି। କିନ୍ତୁ ବେଳେ ଅନେକ ବ୍ୟକ୍ତିଙ୍କ ଭାଗ୍ୟ ତାଙ୍କ ସହ ସହଯୋଗ କରି ନ ଥାଏ। ଧନ ଉପାର୍ଜନ କରିବା ସହ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ କିଛି ଉପାୟ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..
ଧବ ବୃଦ୍ଧି କରିବା ପାଇଁ କଉଡିକୁ ଘରେ ରଖିବା ଉଚିତ। ଏହାଦ୍ବାରା ପରିବାର ସଦସ୍ୟଙ୍କର ଆର୍ଥିକ ସମସ୍ୟା ଦୂରେଇ ଯାଇଥାଏ। ଏହାସହ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇଥାଏ।
କର୍ମଜୀବୀମାନେ ଘରର ଉତ୍ତର ଦିଗରେ ସବୁଜ କପଡାରେ ୧୧ଟି କଉଡିକୁ ବାନ୍ଧି ଏକ ସ୍ଥାନରେ ଲୁଚାଇ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।
ଗୋଟିଏ କଉଡିକୁ ବେକରେ ଡେଉଁରିଆ ପରି ବାନ୍ଧିବା ଦ୍ବାରା ଛାତ୍ରଛାତ୍ରୀମାନେ ନକରାତ୍ମକ ଶକ୍ତିରୁ ରକ୍ଷା ପାଇଥାଆନ୍ତି। ଏହାଦ୍ବାରା କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଶରୀରକୁ ପ୍ରବେଶ କରିପାରିବ ନାହିଁ।
ଧନ ବୃଦ୍ଧି ପାଇଁ ସମସ୍ତେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ଥାଆନ୍ତି। ତେଣୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ୧୧ଟି କଉଡିକୁ ପୂଜା କରିବା ସହ ଶୀଘ୍ର ଧନ ପ୍ରାପ୍ତି ହୋଇଥାଏ। ୧୧ଟି କଉଡିକୁ ହଳଦିଆ କପଡାରେ ବାନ୍ଧି ଆଲମାରୀରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଁ ଏକ ଲାଲ କପଡାରେ ୧୧ଟି କଉଡି ବାନ୍ଧି ଘରର ମୁଖ୍ୟଦ୍ବାରରେ ବାନ୍ଧି ଦିଅନ୍ତୁ। ଏହାଦ୍ବାରା କୌଣସି ନକରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ। ଏହାଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇ ଘରେ ସୁଖଶାନ୍ତିର ପରିବେଶ ରହିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories