www.samajalive.in
Saturday, December 6, 2025
16.1 C
Bhubaneswar

ଖାଇବା ପରେ ପେଟ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ବହୁ ସମୟରେ ଆମେ ଅଧିକ ଖାଦ୍ୟ ଖାଇ ଦେଉ। ଖାଦ୍ୟ ସ୍ୱାଦିଷ୍ଟ ହେଉ ଅଥବା ଭୋକ କାରଣରୁ ମଧ୍ୟ ଆମେ ବେଳେ ବେଳେ ଅଧିକ ଖାଦ୍ୟ ଖାଇଦେଇଥାଉ। ଏହାସହ ପର୍ବପର୍ବାଣି କିମ୍ବା ଭୋଜିରେ ମଧ୍ୟ କିଛି ଖାଦ୍ୟପେୟ କାରଣରୁ ଆମ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପେଟ ଜନିତ ସମସ୍ୟା କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆମ ଖାଦ୍ୟପେୟରେ ବ୍ୟତିକ୍ରମ ହୋଇଥାଏ, ହାଲିଆ ଲାଗିଥାଏ, ବାନ୍ତି ହେବା ବେଳେ ବେଳେ ଜ୍ୱର ମଧ୍ୟ ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ….
ଅଦା –
ପେଟ ଜନିତ ସମସ୍ୟା ଥିଲେ ଅଦାର ବ୍ୟବହାର ଖୁବ ଉତ୍ତମ ହୋଇଥାଏ। ଏଥିରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟିରିଅଲ ତତ୍ତ୍ୱ ରହିଛି। ତେଣୁ ଏକ ଚାମଚ ଅଦା ଗୁଣ୍ଡ କ୍ଷୀରରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଦହି –
ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଦହିରେ ଥିବା ବ୍ୟାକ୍ଟେରିଆ ପେଟ ସମସ୍ୟାକୁ ସନ୍ତୁଳିତ କରିଥାଏ। ଏହା ପେଟ ପାଇଁ ଖୁବ ଉପକାରୀ ଅଟେ।
କଦଳୀ –
କଦଳୀରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ଖୁବ ଉତ୍ତମ ଅଟେ। ତେଣୁ ପେଟ ସମସ୍ୟା ସମୟରେ କଦଳୀ ଖାଇବା ଉଚିତ।
ପୁଦିନା ପତ୍ର –
ପୁଦିନା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏହା ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଚନ କ୍ରିୟାକୁ ଠିକ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତେଣୁ ଏହା ମଧ୍ୟ ପେଟ ଜନିତ ସମସ୍ୟାକୁ ଦୂର କରେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories