www.samajalive.in
Saturday, December 6, 2025
26.1 C
Bhubaneswar

୫୧୧୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ହଷ୍ଟେଲରେ ଲାଗିବ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍

ଡେସ୍କ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସୁଦୃଢ଼ କରିବା ଏବଂ ସେମାନଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ପାଇଁ ସମସ୍ତ କାର୍ଯ୍ୟକ୍ଷମ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିବି) ଏବଂ ହଷ୍ଟେଲରେ ସମଗ୍ର ଶିକ୍ଷା ନିୟମ ଅନୁଯାୟୀ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ବର୍ତ୍ତମାନର ଡିଜିଟାଲ ବିଭାଜନ ମଧ୍ୟ ଦୂର ହେବ। ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୨୯୦ କୋଟି ଟଙ୍କା ବ୍ୟୟ ଅଟକଳରେ କେଜିବିଭିର ୭ ଲକ୍ଷ ଛାତ୍ରୀ ଉପକୃତ ହେବେ। ବର୍ତ୍ତମାନ ଦେଶର ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୫୧୧୬ କେଜିବିଭି କାର୍ଯ୍ୟକରୁଛି।

ସଂସଦ ଅଧିବେଶନ ଶେଷ, ସ୍ୱତନ୍ତ୍ର ଅଧିବେଶନ ୧୦୦%ରୁ ଅଧିକ ସଫଳ

- Advertisement -

ଆଇସିଟି ସୁବିଧାର ବ୍ୟବସ୍ଥା ଦ୍ୱାରା କେଜିବିଭିର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଡିଜିଟାଲ ପ୍ଲାଟଫର୍ମ/ସମ୍ବଳ ଯଥା ସ୍ୱୟଂ, ସ୍ୱୟଂ ପ୍ରଭା, ଜାତୀୟ ଡିଜିଟାଲ ଲାଇବ୍ରେରୀ, ଇ-ପାଠଶାଳା, ଜାତୀୟ ମୁକ୍ତ ଶିକ୍ଷା ସମ୍ବଳ ଭଣ୍ଡାର, ଦିକ୍ଷା ଇତ୍ୟାଦିରେ ଉନ୍ନତ ଆକସେସ୍ ପାଇପାରିବେ। ଏହା ଦ୍ୱାରା ସେମାନଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆସିବ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories