www.samajalive.in
Sunday, December 14, 2025
19.1 C
Bhubaneswar

କାଶ୍ମୀର କେଶରକୁ ଜିଆଇ ମାନ୍ୟତା

ଶ୍ରୀନଗର : କାଶ୍ମୀର ଉପତ୍ୟକାରୁ ଉତ୍ପାଦିତ ହେଉଥିବା କେଶରକୁ ଜିଆଇ ମାନ୍ୟତା ମିଳିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସି  ପ୍ରକଟ କରି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି, କାଶ୍ମୀର ଉପତ୍ୟକାରେ ଚାଷ କରାଯାଉଥିବା କେଶରକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ମିଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ଜିଆଇ ଟ୍ୟାଗ୍‍ ମିଳିବା ସହିତ କାଶ୍ମୀର କେଶରର ଆନ୍ତର୍ଜାତିକ ବଜାରରେ ଚାହିଦା ବୃଦ୍ଧି ପାଇବ ଓ କାଶ୍ମୀର୍‍ର କେଶର ଚାଷୀମାନଙ୍କୁ ଏ ବାବଦରେ ଅଧିକା ଅର୍ଥ ମିଳିବ। ଉପରାଜ୍ୟପାଳ ଏଥିପାଇଁ କାଶ୍ମୀର୍‍ର କୃଷି ବିଭାଗ ନିର୍ଦ୍ଦେଶକଙ୍କୁ ଶ୍ରେୟ ଦେଇଛନ୍ତି। ଏହି ଜିଆଇ ଟ୍ୟାଗ୍‍ ମିଳିବାଦ୍ୱାରା ଉଭୟ କାଶ୍ମୀର୍‍ର କେଶର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଗୌରବାନ୍ୱିତ ହୋଇଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଓ କେଶର
ଚାଷୀମାନେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories