ମଇରେ ଆତଙ୍କବାଦୀ ହୋଇଛନ୍ତି ୮୦ କାଶ୍ମୀର ଯୁୁବକ

0

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ରମଜାନ ଅବସରରେ ସୈନ୍ୟ ଅଭିଯାନ ବନ୍ଦର ଫାଇଦା ଆତଙ୍କବାଦୀ ସଂଗଠନଗୁଡ଼ିକ ନେଉଛନ୍ତି। ସୁରକ୍ଷା ଏଜେନ୍ସିଙ୍କ ଅନୁସାରେ ସରକାରଙ୍କ ସାମରିକ ଅଭିଯାନ ବନ୍ଦ ନିଷ୍ପତ୍ତି ପରେ କେବଳ ମଇ ମାସରେ ୨୦ ଜଣ କାଶ୍ମୀର ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ୮୦ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି। ସୀମାପାର ଅନୁପ୍ରବେଶରେ ମଧ୍ୟ ବୃଦ୍ଧି ଘଟିଛି। ଦକ୍ଷିଣ କାଶ୍ମୀର ପୁଲୱାମା ଏବଂ ସୋପିଆନାର ଯୁବକ ଅଲକାଏଦା ସମର୍ଥିତ ଆଇଏସ୍‍ଆଇଏସ୍‍ କାଶ୍ମୀର ଏବଂ ଅଂସାର ଗଜୱତ ଅଲ ହିନ୍ଦରେ ସାମିଲ ହେଉଛନ୍ତି। କେବଳ ମଇ ମାସରେ ଏହି ଅଞ୍ଚଳରୁ ୨୦ରୁ ଊର୍ଦ୍ଧ୍ବ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ଉଲ୍ଳେଖ ଯେ ଆତଙ୍କବାଦୀ ସଂଗଠନରେ ଯୋଗଦେଉଥିବା ଯୁବକଙ୍କ ମଧ୍ୟରେ ଅନେକ ଛାତ୍ର ଅଛନ୍ତି। ଏହାପୂର୍ବରୁ ୨୦୧୭ରେ ୧୨୬ ଜଣ କାଶ୍ମୀର ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ଚଳିତ ବର୍ଷ ମଇ ସୁଦ୍ଧା ପାଖାପାଖି ୮୧ ଜଣ ଯୁବକ ଆତଙ୍କବାସୀ ସଂଗଠନରେ ସାମିଲ ହୋଇଛନ୍ତି। ଯୁବକଙ୍କୁ ଆତଙ୍କବାଦୀ କରିବା ପାଇଁ ସଂଗଠନଗୁଡ଼ିକ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ଏନକାଉଣ୍ଟରରେ ମୃତ ଆତଙ୍କବାଦୀଙ୍କୁ ସହିଦ ବୋଲି ଦର୍ଶାଯାଉଛି। ସେମାନଙ୍କ ଅନ୍ତିମ ସତ୍କାର ଶୋଭାଯାତ୍ରାରେ ବନ୍ଧୁକରୁ ଫାଙ୍କା ଗୁଳି ଚଳାଇ ସଲାମି ଦିଆଯାଉଛି। ଯୁବକଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଏହି ନୀତି ଆପଣାଇଛନ୍ତି।
ଏହା ପୂର୍ବରୁ ୨୦୧୦ରେ ୫୪ ଯୁବକ ଆତଙ୍କବାଦୀ ସଂଗଠରେ ଯୋଗଦେଇଥିଲାବେଳେ ୨୦୧୧ରେ ୨୩, ୨୦୧୨ରେ ୨୧, ୨୦୧୩ରେ ୬, ୨୦୧୪ରେ ୫୩, ୨୦୧୫ରେ ୬୬, ୨୦୧୬ରେ ୮୮ ଏବଂ ୨୦୧୭ରେ ୧୨୬ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି।

Leave A Reply