କାଶୀପୁରରେ ଝାଡ଼ାବାନ୍ତି ; ୭ ମୃତ, ୭୦ ଆକ୍ରାନ୍ତ

 ୫ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ । ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଥିସହ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ଗତ ତିନି ଦିନ ମଧ୍ୟରେ ସ୍ଥିତି ବିଗିଡିଛି । ଦୂଷିତ ପାଣି ପାଇଁ ଏହିଭଳି ଘଟୁଥିବା ଲୋକେ କହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ସ୍ଵତନ୍ତ୍ର ମେଡିକାଲ ଟିମ୍ ସୋମବାର ଆସୁଛନ୍ତି।
କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ।‌ ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଝାଡ଼ାବାନ୍ତି । ସଙ୍କଟାପନ୍ନ ଅବସ୍ଥାରେ ଥିବା ୫ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଗତ ୮ ଦିନ ଧରି ସମସ୍ତେ ଆକ୍ରାନ୍ତ ହୋଇଥିଲେ । ଆଉ ଏହାପରେ ମୃତ୍ୟୁ ଘଟିଛି ଓ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି । ଏତଦବ୍ୟତୀତ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ନୂଆପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗୁରୁତର ମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି । କାଶୀପୁର ବ୍ଲକର ଚାରିଟି ମେଡିକାଲରେ ୬୦ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର ହୋଇଥିବା ରୋଗୀ ଅବସ୍ଥାରେ ଉନ୍ନତି ଘଟୁନାହିଁ । ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଣେ ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ପାଣିକୁ ଦାୟୀ କରିଛନ୍ତି। ଏଭଳିକି ଦୂଷିତ ପାଣି ଯୋଗୁଁ ଏହି ହଇଜା ହୋଇଥିବା ଅନୁମାନ କରାଯାଉଛି।
ତେବେ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ପ୍ରଥମ ଦିନରୁ ଗୁରୁତ୍ଵ ଦେଇନଥିଲା ବୋଲି ଅଭିଯୋଗ ହୋଇଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ ମଧ୍ୟ ବିଶୁଦ୍ଧ ଜଳଯୋଗାଣରେ  ଫେଲ୍ ମାରିଛି । ଏଭଳିକି ଗତ ଗୁରୁବାର ପର୍ଯ୍ୟନ୍ତ କୌଣସି ସୂଚନା ନଥିଲା । ଫଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ପହଞ୍ଚି ପାରିନଥିଲା । ଶନିବାର ଓ ରବିବାର ମେଡିକାଲ ଟିମ୍ ବିଭିନ୍ନ ଗାଁକୁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି । ରବିବାର କୋରାପୁଟ ଏସଏଲଏନ ମେଡିକାଲ କଲେଜରୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ବିଭିନ୍ନକୁ  ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି । ସେହିଭଳି ଭୁବନେଶ୍ୱର ଆରଏମଆରସି ଟିମ୍ ଆଜି ଅପରାହ୍ନରେ ଆସୁଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ବଧା ଦେବ ସିଂ, ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ଗାଁ ଗସ୍ତ କରିଛନ୍ତି । ଜିଲ୍ଲା ସଦରମହକୁମା ଠାରୁ ତିନୋଟି ମେଡ଼ିକାଲ ଟିମ୍ ଯାଇଥିବା ସୂଚନା ହସ୍ତଗତ ହୋଇଛି। ଏଥିସହ ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ବିଭିନ୍ନ ଗାଁ ମାନଙ୍କରେ ନଳକୂପ ଓ ଜଳଉତ୍ସ ସଫେଇ ସହ ବିଶୋଧନ କରୁଛନ୍ତି।
ତେବେ ରାୟଗଡ଼ା ଜିଲ୍ଲାପାଳ କହିଛନ୍ତି ଏଫଭିଓ- ପ୍ରତିବର୍ଷ ଏହିଭଳି ଘଟୁଥିବା କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ କାହିଁକି ବାରମ୍ବାର ଏହାର ପୁନରାବୃତ୍ତି ଘଟୁଛି ତାହା ଅନୁସନ୍ଧାନ ସହିତ ସ୍ଥାୟୀ ପ୍ରତିକାର ଜରୁରୀ।

kalyan agarbati

Comments are closed.