www.samajalive.in
Saturday, December 6, 2025
15.1 C
Bhubaneswar

ରଗଡିରେ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ 

ବାଙ୍କୀ/ଡମପଡ଼ା : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ବ୍ଲକ ଅଧୀନ ରଗଡ଼ି ଗ୍ରାମରେ ପବିତ୍ର ଅଁଳା ନବମୀ ଅବସରରେ ଦେବ ସେନାପତି କୁମାର କାର୍ତ୍ତିକେୟଙ୍କର ପୂଜାତ୍ସୋବ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଏହି ପୂଜାତ୍ସୋବ ଆଡମ୍ବର ସହକାରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ନିରାଡମ୍ବର ଭାବେ ଏହି ପୂଜା ପାଳନ କରାଯାଉଛି । ଚଳିତ ବର୍ଷ କାର୍ତ୍ତିକ ମହୋତ୍ସବକୁ ବନ୍ଦ ରଖାଯାଇଥିବା ବେଳେ ତୋରଣ ଏବଂ ଆଲୋକ ସଜ୍ଜାକୁ ମଧ୍ୟ ପୂଜା କମିଟି ତରଫରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖାଯାଇଥିବା ଦେଖିବାକୁ ମିଳିଛି । କେବଳ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ବ୍ରାହ୍ମଣ ସାହି ପୂଜା କମିଟି ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ପୂଜାତ୍ସୋବ ଅନୁଷ୍ଠିତ ହୋଇଥିବା ବେଳେ ବିକାଶ କୁମାର ମହାପାତ୍ର, ଆଶିଷ କୁମାର ମହାପାତ୍ର, ଜୟନାରାୟଣ ମହାପାତ୍ର, ଦିପ୍ତୀରଞ୍ଜନ ମହାପାତ୍ର ପ୍ରମୁଖ କଳସ ଯାତ୍ରା କରିଥିଲେ । ପ୍ରଶାନ୍ତ କୁମାର ଦାଶ ବୈଦିକ ମତେ ପୌରହିତ୍ୟ କରିଥିବା ବେଳେ ଗ୍ରାମର ଶାସନ ସାହି, ମଝି ସାହି, ବଡ଼ଦାଣ୍ଡ ସାହି, ବୁଢ଼ା କାମନା ଦେବ, ସରାଗ ସାହ, ଗୁଣ୍ଡିଚାପଦା ସାହି, ମଙ୍ଗଳା ସାହି, ମଠ ସାହି, ଶବର ସାହି ଏବଂ କୋଟ ଦ୍ୱାରରେ କାର୍ତ୍ତକେଶ୍ୱରଙ୍କ ପୂଜା ବିଧିପୂର୍ବକ ଆରମ୍ଭ ହୋଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories