www.samajalive.in
Sunday, December 14, 2025
26.1 C
Bhubaneswar

କାର୍ତ୍ତିକରେ ସରଳ ଉପାୟରେ ମିଳିବ ବିଶେଷ କୃପା..

ହିନ୍ଦୁ ଶାସ୍ତ୍ରରେ କାର୍ତ୍ତିକ ମାସଟି ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ତେଣୁ ଏପରି ପାଞ୍ଚଟି କାମ କାର୍ତ୍ତିକ ମାସରେ କରନ୍ତୁ ଯାହା ଆପଣଙ୍କୁ ପୁଣ୍ୟଫଳ ପ୍ରଦାନ କରିବ।
ଆରୋଗ୍ୟ ପ୍ରାପ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ମାସରେ ସ୍ନାନ ସମୟରେ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ ଆଦି ପବିତ୍ର ନଦୀ ନାମ ସ୍ମରଣ କରନ୍ତୁ। ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପୂଜା ଲାଗି ସମର୍ପିତ। ଏହି ମାସରେ ସକାଳ ଓ ସନ୍ଧ୍ୟାରେ ତୁଳସୀ ମୂଳରେ ଶୁଦ୍ଧ ଘିଅର ଦୀପ ଜଳାଇ ପୂଜା କରନ୍ତୁ ଏବଂ ଭଗବାନଙ୍କୁ ଭୋଗ ଲଗାଇବା ବେଳେ ସେଥିରେ ତୁଳସୀ ଦଳ ନିଶ୍ଚୟ ଅର୍ପଣ କରିବେ।
ପବିତ୍ର ଏବଂ ଧର୍ମମାସ କାର୍ତ୍ତିକରେ ସାତ୍ତ୍ବିକ ଆହାର ଗ୍ରହଣ କରନ୍ତୁ।
କାର୍ତ୍ତିକ ମାସ ଋତୁ ପରିବର୍ତ୍ତନର ସମୟ ହୋଇଥିବାରୁ ଏହି ମାସରେ ଗରିଷ୍ଠ ଏବଂ ତେଲମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ। ଡାଲି ବଦଳରେ ଜହ୍ନି, କୋବି, ଶିମ୍ବ, ମଟର, ମୂଳା, ପାଣିସିଙ୍ଗଡା, ଅଁଳା, ଆଖୁ, କନ୍ଦମୂଳ ଆଦି ଖାଇବା ଉଚିତ।
ଘରର ବାଡିରେ ବା ଅଗଣାରେ ତୁଳସୀ ଗଛ ଲଗାଇବାର ସଠିକ ସମୟ ହେଉଛି କାର୍ତ୍ତିକ ମାସ । ଏହି ମାସର ଯେକୌଣସି ଦିନରେ କିମ୍ବା ମାସ ଆରମ୍ଭରେ ତୁଳସୀ ଗଛ ଆଣି ଘରେ ଲଗାଇବା ଦ୍ବାରା ବୈବାହିକ ଜୀବନ ସୁଖମୟ ହେବା ସହ ପରିବାରରେ ଶାନ୍ତି ବଜାୟ ରହିଥାଏ ।
ପ୍ରତିଦିନ ସକାଳେ ଓ ସଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ବା ରାଶି ତେଲରେ ଦୀପ ଜଳାଇଲେ ପାରିବାରିକ ଜୀବନ ସୁଖମୟ ହୋଇଥାଏ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories