www.samajalive.in
Monday, December 15, 2025
26.1 C
Bhubaneswar

କାର୍ତ୍ତିକରେ ସରଳ ଉପାୟରେ ମିଳିବ ବିଶେଷ କୃପା..

ହିନ୍ଦୁ ଶାସ୍ତ୍ରରେ କାର୍ତ୍ତିକ ମାସଟି ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ତେଣୁ ଏପରି ପାଞ୍ଚଟି କାମ କାର୍ତ୍ତିକ ମାସରେ କରନ୍ତୁ ଯାହା ଆପଣଙ୍କୁ ପୁଣ୍ୟଫଳ ପ୍ରଦାନ କରିବ।
ଆରୋଗ୍ୟ ପ୍ରାପ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ମାସରେ ସ୍ନାନ ସମୟରେ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ ଆଦି ପବିତ୍ର ନଦୀ ନାମ ସ୍ମରଣ କରନ୍ତୁ। ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପୂଜା ଲାଗି ସମର୍ପିତ। ଏହି ମାସରେ ସକାଳ ଓ ସନ୍ଧ୍ୟାରେ ତୁଳସୀ ମୂଳରେ ଶୁଦ୍ଧ ଘିଅର ଦୀପ ଜଳାଇ ପୂଜା କରନ୍ତୁ ଏବଂ ଭଗବାନଙ୍କୁ ଭୋଗ ଲଗାଇବା ବେଳେ ସେଥିରେ ତୁଳସୀ ଦଳ ନିଶ୍ଚୟ ଅର୍ପଣ କରିବେ।
ପବିତ୍ର ଏବଂ ଧର୍ମମାସ କାର୍ତ୍ତିକରେ ସାତ୍ତ୍ବିକ ଆହାର ଗ୍ରହଣ କରନ୍ତୁ।
କାର୍ତ୍ତିକ ମାସ ଋତୁ ପରିବର୍ତ୍ତନର ସମୟ ହୋଇଥିବାରୁ ଏହି ମାସରେ ଗରିଷ୍ଠ ଏବଂ ତେଲମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ। ଡାଲି ବଦଳରେ ଜହ୍ନି, କୋବି, ଶିମ୍ବ, ମଟର, ମୂଳା, ପାଣିସିଙ୍ଗଡା, ଅଁଳା, ଆଖୁ, କନ୍ଦମୂଳ ଆଦି ଖାଇବା ଉଚିତ।
ଘରର ବାଡିରେ ବା ଅଗଣାରେ ତୁଳସୀ ଗଛ ଲଗାଇବାର ସଠିକ ସମୟ ହେଉଛି କାର୍ତ୍ତିକ ମାସ । ଏହି ମାସର ଯେକୌଣସି ଦିନରେ କିମ୍ବା ମାସ ଆରମ୍ଭରେ ତୁଳସୀ ଗଛ ଆଣି ଘରେ ଲଗାଇବା ଦ୍ବାରା ବୈବାହିକ ଜୀବନ ସୁଖମୟ ହେବା ସହ ପରିବାରରେ ଶାନ୍ତି ବଜାୟ ରହିଥାଏ ।
ପ୍ରତିଦିନ ସକାଳେ ଓ ସଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ବା ରାଶି ତେଲରେ ଦୀପ ଜଳାଇଲେ ପାରିବାରିକ ଜୀବନ ସୁଖମୟ ହୋଇଥାଏ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories