www.samajalive.in
Saturday, December 6, 2025
19.1 C
Bhubaneswar

ଅଧ୍ୟକ୍ଷା ଉପନିର୍ବାଚନ, ସରିଲା ସମସ୍ତ ପ୍ରକ୍ରିୟା ; ୨୯ ତାରିଖରେ ହେବ ଭାଗ୍ୟ ନିର୍ଦ୍ଧାରଣ

ଜି ଉଦୟଗିରି : ଜି ଉଦୟଗିରି ପୌର ନିର୍ବାଚନକୁ ଦେଢ଼ ବର୍ଷ ନ ପୁରୁଣୁ ଦିଂବଗତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଗତ ଜୁଲାଇ ମାସ ୧୭ ତାରିଖରେ ହୃଦଘାତରେ ପରଲୋକ ହେବା ପରେ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୯ ତାରିଖରେ ଉପନିର୍ବାଚନ କରିବା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ବର୍ତମାନ ୩ ପ୍ରମୁଖ ଦଳ କଂଗ୍ରେସ ପ୍ରାର୍ଥୀନୀ ଭାବେ ମଧୁଲିନା ଦିଗାଲ, ବିଜେପି ପକ୍ଷରୁ ରଞ୍ଜିତା ନାୟକ ଓ ଶାସକ ବିଜେଡି ତରଫରୁ ଦିଂବଗତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ କନ୍ୟା ଦେବସ୍ମିତା ଶତପଥିଙ୍କ ପ୍ରାର୍ଥୀ ପତ୍ର କାଏମ ଥିବା ସହ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।
ତେବେ ଗତ ପୌର ନିର୍ବାଚନ ଅପେକ୍ଷା ବର୍ତ୍ତମାନ ଉପନିର୍ବାଚନ ଏକ ରୋଚକ ମୋଡ଼ ନେଇଥିବା ଦେଖିବାକୁ ମିଳୁଛି। ଗତ ପୌର ନିର୍ବାଚନରେ ୩ ପ୍ରମୁଖ ଦଳ ସହ ୫ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ଓହ୍ଲାଇଥିବା ବେଳେ ଶାସକ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀନି ମିତାରଣି ପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ବିରୋଧୀ ବିଜେପି ପ୍ରାର୍ଥୀନି ସୁସ୍ମିତା ଜେନା ତୃତୀୟ ସ୍ଥାନରେ ଥିବା ବେଳେ,କଂଗ୍ରେସ ପ୍ରାର୍ଥୀନୀ ମାଧୁଲିନା ଦିଗାଲ ପଞ୍ଚମ ସ୍ଥାନରେ ଥିଲେ ।
ଚଳିତ ନିର୍ବାଚନରେ କଂଗ୍ରେସ ଦଳର ଦୁଇଜଣ ପ୍ରାର୍ଥୀନୀ ଆଶାୟୀ ଥିବାବେଳେ ମାତ୍ର ୧୯୯ ଟି ଭୋଟ ପାଇ ପଞ୍ଚମ ସ୍ଥାନରେ ଥିବା ମଧୁଲିନା ଦିଗାଲକୁ ପୁନର୍ବାର ପ୍ରାର୍ଥୀ କରିବା ସହ ଦଳୀୟ କାର୍ୟ୍ୟାଳୟରେ ନୂତନ ଓ ପୁରାତନ କଂଗ୍ରେସ କର୍ମୀଙ୍କ ମିଳିତ ସହଯୋଗରେ ପ୍ରାର୍ଥୀନୀଙ୍କୁ ବିଜୟ କରିବା ପାଇଁ ନିର୍ବାଚନ ରଣ କୌଶଳ ପ୍ରସ୍ତୁତ କରୁଥିଲେ। ବିରୋଧି ବିଜେପିରେ ମଧ୍ୟ ଦୁଇ ଜଣ ଆଶାୟୀ ପ୍ରାର୍ଥୀନୀ ଥିବାବେଳେ ଦଳ ଗତ ନିର୍ବାଚନରେ ୧୧୯୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ସୁସ୍ମିତା ଜେନାଙ୍କୁ ଭରସା ନକରି ଗତ ନିର୍ବାଚନରେ ସ୍ବାଧିନ ପ୍ରାର୍ଥୀନୀ ରଞ୍ଜିତା ନାୟକ ୭୫ ଖଣ୍ଡ ଭୋଟ ପାଇଥିଲେ। ତାଙ୍କୁ ଦଳରେ ସାମିଲ କରି ଦଳୀୟ କାର୍ୟ୍ୟାଳୟରେ ରୁଦ୍ଧଦ୍ବାର ବୈଠକରେ ବିଗତ ନିର୍ବାଚନର ତ୍ରୁଟିକୁ ସୁଧାରି ବିଜୟ ହାସଲ କରିବା ପାଇଁ ନିର୍ବାଚନ ସମର ସଜ୍ଜା କରୁଥିବା ଦେଖିବାକୁ ମିଳୁଛି।
ସେହିପରି ଶାସକ ବିଜେଡି ପ୍ରାର୍ଥୀନୀ ଦେବସ୍ମୀତା ଶତପଥି ଅନୁକମ୍ପା ମୁଳକ ଭୋଟ ତଥା ମା’ଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଦଳୀୟ କାର୍ୟ୍ୟାଳୟରେ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳୁଛି। ତେବେ ଗତ ନିର୍ବାଚନରେ କଡା ଟକ୍କର ଦେଇଥିବା ସ୍ବାଧିନ ପ୍ରାର୍ଥୀନୀ ଏଥର ନିର୍ବାଚନ ରଣାଙ୍ଗନକୁ ନ ଓହ୍ଲାଇବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆଗାମୀ ୨୯ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ତ୍ରୀମୁଖି ଲଢେଇ ହେବ ନା କଡା ଟକ୍କର ଦେଇଥିବା ସ୍ବାଧିନ ପ୍ରାର୍ଥୀନୀ ନିର୍ଣ୍ଣାୟକ ଭୂମିକା ନେବେ ତାହା ଦେଖିବାକୁ ବାକି ରହିଲା। ଚଳିତ ନିର୍ବାଚନରେ ମୋଟ ୮୧୮୫ ଭୋଟର ଥିବାବେଳେ ପୁରୁଷ ଭୋଟର ୩୮୨୦, ମହିଳା ଭୋଟର ୪୩୬୧ ଓ ତୃତୀୟ ଲିଙ୍ଗ ୪ ଜଣ ଭୋଟର ଥିବାବେଳେ ମହିଳା ଭୋଟର ଅଧିକ ଥିବାରୁ ତାଙ୍କ ଭୂମିକା ନିର୍ଣ୍ଣାୟକ ମୋଡ ନେବା ସ୍ପଷ୍ଟ ହୋଇଥିବା ଜଣାପଡିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories