www.samajalive.in
Saturday, December 6, 2025
17.1 C
Bhubaneswar

ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେଲା କାର୍‌‌ ; ୬ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଲଗାବୀରୁ ପ୍ରାୟ ୯୦ କିଲୋମିଟର ଦୂର ଦତ୍ତ ଜାମ୍ବୋଟି ରାସ୍ତାରେ କାର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଏକ କାର୍‌‌ ରାସ୍ତାରେ ପ୍ରଥମେ ଏକ ଦୁଇ ଚକିଆ ଗାଡିକୁ ଧକ୍କା ଦେଇଥିଲା। ଏହାପରେ ଏହି ଅନିୟନ୍ତ୍ରିତ କାର୍‌‌ ଆଉ ଏକ ଦୁଇ ଚକିଆ ଗାଡିକୁ ଧକ୍କା ଦେଇଥିଲା। ଧକ୍କା ଖୁବ୍‌‌ ଜୋରରେ ଥିବାରୁ ଗାଡି ନିକଟରେ ଛିଡା ହୋଇଥିବା ୨ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଜିଲାର ପୁଲିସ ଅଧିକାରୀ କହିଛନ୍ତି, ଗତ ୩ ଦିନ ମଧ୍ୟରେ ଜିଲାର ରାସ୍ତାରେ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories