କର୍ଣ୍ଣାଟକ ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଆଜି ଠାରୁ କଂଗ୍ରେସ ଶାସନ। ଶନିବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମୈୟା। ଏହାସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର। ଏହି ଅବସରରେ ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ବହୁ ବରିଷ୍ଠ ନେତା ସାମିଲ ରହିଛନ୍ତି। ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଛନ୍ତି। ନୀତୀଶ କୁମାର, ଏମ୍କେ ଷ୍ଟାଲିନ୍, ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ରହିଛନ୍ତି।
ଆଜି କର୍ଣ୍ଣାଟକର ୩୦ ତମ ମୁଖ୍ୟମନ୍ତ୍ରୀ ଭାବରେ ସିଦ୍ଦରମୈୟା ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଡି.କେ ଶିବକୁମାର ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ସିଦ୍ଦରମୈୟାଙ୍କ କ୍ୟାବିନେଟରେ ଆଉ ଆଠ ଜଣ ବିଧାୟକ ସାମିଲ ହେବେ। କାନ୍ତିରବା ଷ୍ଟାଡିୟମରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି।
Comments are closed.