ଦୁର୍ଘଟଣାରେ କର୍ଣ୍ଣାଟକ କଂଗ୍ରେସ ବିଧାୟକଙ୍କ ପରଲୋକ

0

ବେଙ୍ଗାଲୁରୁ : କର୍ଣ୍ଣାଟକର କଂଗ୍ରେସ ବିଧାୟକ ସିଦ୍ଦୁ ବି ନ୍ୟାମାଗୌଡାଙ୍କର ରବିବାର ଏକ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି। ଜାମଖଣ୍ଡିର କଂଗ୍ରେସ ବିଧାୟକ ସିଦ୍ଦୁ ତାଙ୍କ କାର୍‍ ଯୋଗେ ଗୋଆରୁ ବାଗାଲକୋଟ ଯାଉଥିବାବେଳେ ତୁଲାସିଗେରି ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପୁଲିସ କହିବା ଅନୁଯାୟୀ ସିଦ୍ଦୁଙ୍କ କାର୍‍ ରାସ୍ତାକଡ ପାରାପେଟ୍‍ (କାନ୍ଥ)ରେ ଧକ୍କା ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୭୦ବର୍ଷୀୟ ଏହି ବିଧାୟକି ଦିଲ୍ଲୀରେ ଥିଲେ ରବିବାର ବିମାନ ଯୋଗେ ଗୋଆ ଫେରିବା ପରେ ସେଠାରୁ କାର୍‍ ଯୋଗେ ନିଜ ନିର୍ବାଚନମଣ୍ଡଳୀକୁ ଫେରୁଥିଲେ। ତାଙ୍କ ମୃତ୍ୟୁରେ ରାଜ୍ୟ କଂଗ୍ରେସ ଗଭୀର ଦୁଃଖ ପ୍ରକାଶ କରିଛି। ସିଦ୍ଦୁ ୧୯୯୦ରୁ ୯୧ ପର୍ଯ୍ୟନ୍ତ ପିଭି ନରସିଂହ ରାଓଙ୍କ କ୍ୟାବିନେଟ୍‍ରେ ମନ୍ତ୍ରୀ ଥିଲେ। ତାଙ୍କର ପତ୍ନୀ, ଦୁଇ ପୁଅ ଓ ତିନି ଝିଅ ଅଛନ୍ତି।

Leave A Reply