www.samajalive.in
Sunday, December 14, 2025
19.1 C
Bhubaneswar

କର୍ଣ୍ଣାଟକ: ଅସ୍ଥାୟୀ ବାଚସ୍ପତି ବୋପୈୟା ବିବାଦ, ସୁପ୍ରିମକୋର୍ଟରେ ଜେ.ଡି.ଏସ

ବେଙ୍ଗେଲୁରୁ; କର୍ଣ୍ଣାଟକ ନିର୍ବାଚନ ନାଟକ ଘଣ୍ଟାକୁ ଘୋଡା ଛୁଟୁଛି। ପୂର୍ବରୁ ରାଜ୍ୟପାଳ ବି.ଜେ.ପି ୧୫ଦିନ ମଧ୍ୟରେ ନିଜର ବହୁମତ ସାବସ୍ତ୍ୟ କରିବାକୁ ସମୟ ଦେଇଥିଲେ। ସୁପ୍ରିମକୋର୍ଟ ଆସନ୍ତା କାଲି ବହୁମତ ସାବ୍ୟସ୍ତ୍ୟ କରିବାକୁ ବିଜେପି କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିମଧ୍ୟରେ କର୍ଣ୍ଣାଟକ ରାଜ୍ୟପାଳ ବି.ଜେ.ପି ବିଧାୟକ କେ.ଜି ବୋପୟାଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ନିଯୁକ୍ତ କରିଛନ୍ତି। ଏହାକୁ କଂଗ୍ରେସ ଓ ଜେ.ଡି.ଏସ ବିରୋଧ କରିଛନ୍ତି। ଏହା ଅସମ୍ବିଧାନିକ କହିବାସହ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି। ରାତିମଧ୍ୟରେ ହିଁ ସୁପ୍ରିମକୋର୍ଟ ଏହାର ଶୁଣାଣିପାଇଁ ଦାବି କରିଛନ୍ତି।
ରାଜ୍ୟପାଳ ନିଷ୍ପତିକୁ କଂଗ୍ରେସ ନେତା ଅଭିଷେକ ମନୁ ସିଂ ବିରୋଧ କରିଛନ୍ତି, ସେ କହିଛନ୍ତି ଏହା ନିୟମ ବିରୋଧୀ। ଏହା ବିଧାନସଭାର ବୟସ୍କ ବିଧାୟକ ନିଯୁକ୍ତି କରିବାର ନିୟମ ରହିଛି ବୋଲି କଂଗ୍ରେସ ଯୁକ୍ତି ବାଢିଛି। କଂଗ୍ରେସ ବିଧାୟକ ଅରବି ଦେଶପାଣ୍ଡେ ଏବଂ ବିଜେପି ବିଧାୟକ ଉମେଶ କଟ୍ଟି ଙ୍କ ନାମ ବାଚସ୍ପତି ଦୈାଡରେ ଆଗରେ ଥିବା ଜଣାପଡିଛି। କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡେକର କହିଛନ୍ତି, କେ.ଜି.ବୋପୟା ୨୦୦୮ ମସିହାରେ ଅସ୍ଥାୟୀ ବାଚସ୍ପତି ରହିଥିଲେ। ତେଣୁ କଂଗ୍ରେସର ମତିଭ୍ରମ ହୋଇଥିବାର ଜାବେଡକର କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories