ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ : ପୁରୀ ଜିଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ ଆଜି କନୱର ବିଶାଲ୍ ସିଂ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି। ଜିଲାର ବହୁ ବରିଷ୍ଠ ପୁଲିସ ପଦାଧିକାରୀଙ୍କ ଉପସ୍ଥିତିରେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପୁରୀର ନୂଆ ଏସପି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମ ସହ କଥାହେବା ବେଳେ କନୱର ବିଶାଲ୍ ସିଂ କହିଛନ୍ତି ଯେ ପୁରୀ ସହରବାସୀ ସହଯୋଗରେ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ପୁରୀ ଜିଲାକୁ ଅପରାଧ ମୁକ୍ତ କରାଯିବ। ପୁଲିସ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇ କାର୍ଯ୍ୟ କରିବ, ପୁରୀକୁ ବିଶ୍ୱସ୍ତରରେ ଶ୍ରେଷ୍ଠ ସହର କରାଯିବ ବୋଲି ସେ ଦୃଢ ନୂତନ ଏସପି ଦୃଢ଼ ଆଶାବାଦୀ ଅଛନ୍ତି।

prayash

ଏଥି ସହିତ ପିପିଲିର ୫ ଜଣ ଓ ପୁରୀ ଟାଉନ ଥାନାରେ ଦୁଇଜଣଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ଅଭିଯୋଗର ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।ଜିଲାର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ପର୍ୟ୍ୟଟକଙ୍କୁ ସୁରକ୍ଷା,ପିପୁଲ ପୋଲିସିଙ୍ଗ ଉପରେ ପୁରୀ ପୁଲିସ ଗୁରୁତ୍ୱ ଦେବ। ଅପରାଧ ଓ ଅପରାଧୀଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ନୂତନ ଏସପି କହିଛନ୍ତି।ସେହିଭଳି ସମସ୍ତଙ୍କ ସହଯୋଗରେ ଗହଳି ନିୟନ୍ତ୍ରଣ, ଯାନିଯାତ୍ରା ଓ ପର୍ବପର୍ବାଣି ସମ୍ପାଦିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି । ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

Comments are closed.