www.samajalive.in
Saturday, December 6, 2025
16.1 C
Bhubaneswar

ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ୮୨ ତମ ପ୍ରତିଷ୍ଠା ଦିବସ ପାଳନ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ତୁରକେଲା ବ୍ଲକ ଖଗସା ଗ୍ରାମରେ ଅଲ ଇଣ୍ଡିଆ ଫୋରୱାର୍ଡ ବ୍ଲକ ର ୮୨ ତମ ପ୍ରତିଷ୍ଠା ଦିବସ ଆଜି ମଙ୍ଗଳବାର ପାଳନ କରାଗଲା । ଯେହେତୁ କୋଭିଡ କଟକଣା ଜାରି ରହିଛି , କୋଭିଡ କଟକଣା ମାନି ଏହି ଉତ୍ସବ ପାଳନ କରାଗଲା । ଏହି ପ୍ରତିଷ୍ଠା ଦିବସରେ ବଲାଙ୍ଗିର ଜିଲ୍ଲା ସେକେରଟେରୀ ସୁଶିଲ ଥନାପତି ତଥା ସମସ୍ତ ବ୍ଲକ ର ସାଥି ମାନେ, ଚରଣ ମାଝୀ, ଭୀମ ମାଝୀ, ରୁପେଶ ଧରୁଆ, ରୋହିତ ମାଝୀ, ଶୁଶାନ୍ତ ଦାସ, ଅଭିମନ୍ୟୁ ଦାସ,ଶୁଭିଲ ଥନାପତି, ଶୁଶାନ୍ତ ହିଆଁଳ, ରଘୁରାଜ ଦାସ, ଉତ୍କଳ ଥନାପତି, କୁଶଧର ହଂସ, ଉପନନ୍ଦ ମାଝୀ, ମଣ୍ଟୁ ସଗ୍ରିଆ, ଜଗନ୍ନାଥ ମହାନନ୍ଦ,ଦିଲ୍ଲୀପ ମଲ୍ଲିକ, ସୁବାସ କୁଅଁର,ଉଦ୍ଧବ ହଂସ ଯୋଗ ଦେଇଥିଲେ । ଅଞ୍ଚଳରେ ପାର୍ଟି ପତାକା (ବାଘ ଚି଼ହ୍ନ )କୁ ସାଥି ମାନଙ୍କ ଗହଣରେ ଉତ୍ତୋଳନ କରି ଏକ ସଭା ସଂଗଠନ କରାଗଲା । ପେଟ୍ରୋଲ, ଡିଜେଲ, ଓ ଗ୍ୟାସ ର ଦାମ ବାରମ୍ବାର ବୃଦ୍ଧି, ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହା ଫଳରେ ସାଧାରଣ ମଣିଷ ମଧ୍ୟ ଅସ୍ତ ବ୍ୟସ୍ତ ହୋଇ ପଡିଲେଣି । ଯାହାର ପ୍ରତିବାଦରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମ କରିବା ଦାବିରେ ପାର୍ଟି ଫରୱାର୍ଡ ବ୍ଲକ ସମେତ ଅନ୍ୟ ଦଳ ମାନେ ମିଳିତ ଭାବରେ ଦେଶବ୍ୟାପୀ ପ୍ରତିବାଦ ପାଇଁ ଡାକରା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories