www.samajalive.in
Saturday, December 6, 2025
19.1 C
Bhubaneswar

ଯୋଗହିଁ ସୁସ୍ଥ ସ୍ୱାସ୍ଥ୍ୟର ଚାବିକାଠି

କଣ୍ଟାବାଞ୍ଜି: ସାରା ବିଶ୍ୱରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ଅବସରରେ କରୋନା ନିୟମକୁ ପାଳନ କରି ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଚଟୁଅନକା ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ପାଳିତ ହୋଇଛି। ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷୟତ୍ରୀ ଦେବକୀ ତାଣ୍ଡି, ଶିକ୍ଷକ କିଶୋର ବରିହା,ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ଆଶା କର୍ମୀ ସୂର୍ୟ୍ୟକାନ୍ତୀ ମାଝି, ୱ।ର୍ଡମେମ୍ବର ପଦ୍ମା ମାଝୀ, ସମାଜ ସେବୀ କବିରାଜ ପୁଟେଲ ଅତିଥି ଭାବରେ ଯୋଗ ଦେଇଥିଲେ । ଯୋଗହିଁ ସୁନ୍ଦର ସ୍ୱାସ୍ଥ୍ୟର ଚାବିକାଠି । ଏଣୁ କରୋନା ସମୟରେ ଯୋଗ ଆତ୍ମବଳ ବୃଦ୍ଧି ଓ କରୋନା ସହ ଲଢିବାକୁ ଶକ୍ତି ଯୋଗାଇବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଚଳିତ ବର୍ଷର ବିଷୟ ସୁସ୍ଥତା ପାଇଁ ଯୋଗ ତେଣୁ ପ୍ରତ୍ୟେକ ବ୍ୟକ୍ତି ଯୋଗ କରିବାକୁ ଆଗ୍ରହୀ ହେବା ଉଚିତ ବୋଲି ସର୍ବସମ୍ମତିରେ ଗ୍ରହଣ ହୋଇଥିଲା।ତାପରେ ଶ୍ରୀ ଦାଶ ଦୈନିକ ଅନୁଲୋମ ବିଲୋମ,କପାଳ ଭାତି କରିବା ସହିତ କିଛି ସାଧାରଣ ବ୍ୟାୟାମ କିପରି କରିବେ ନିଜେ କରିକି ଦେଖେଇଥିଲେ। ଏହି କାର୍ୟ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଓ୍ୱ।ର୍ଡ ସଭ୍ୟ ମାନେ ଉପସ୍ଥିତ ଥିଲେ। ପରିଶେଷରେ ସଭାପରେ ନିଜ ନିଜ ଘରକୁ ଯାଇ ଅନ୍ୟମାନଙ୍କୁ ଯୋଗ କରିବାପାଇଁ ଅନୁରୋଧ କରିବାକୁ କୁହାଯାଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories