ମହଙ୍ଗା ଚକୋଲେଟ ; ଜାଣନ୍ତୁ ଏହାର ମୂଲ୍ୟ

ଅଧିକାଂଶ ପିଲା ହୁଅନ୍ତୁ ଅଥବା ବୟସ୍କ ସଭିଁଙ୍କୁ ଚକୋଲେଟ ଖାଇବା ବେଶ ପସନ୍ଦ। ବିଭିନ୍ନ ଚକୋଲେଟର ସ୍ୱାଦ ଓ ମୂଲ୍ୟ ମଧ୍ୟ ଭିନ୍ନ। ସେଭଳି ଏପରି କିଛି ଚକୋଲେଟ ରହିଛି, ଯାହାର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ।
ଯଦି ଗୋଟିଏ ଚକୋଲେଟ୍ ପ୍ୟାକେଟ୍‌ର ମୂଲ୍ୟ ୪୦୦ କିମ୍ବା ୫୦୦ ଟଙ୍କା, ତେବେ ଆମେ ଏହାକୁ ଦାମୀ ଚକୋଲେଟ୍ ଭାବେ ଗ୍ରହଣ କରୁ। ବିଦେଶୀ ରାଇଜରେ ବିଶେଷ ଅବସରରେ ନାମୀ ହୋଟେଲଗୁଡ଼ିକ ଲକ୍ଷାଧିକ ଟଙ୍କା ବ୍ୟୟରେ ଚକୋଲେଟ୍ ତିଆରି କରିଥାନ୍ତି। ବଡ଼ ଦିନ, ନୂଆ ବର୍ଷ ଅବସରରେ ଇଉରୋପ, ଆମେରିକାର ପଞ୍ଚତାରକା ହୋଟେଲରେ ମହଙ୍ଗା ଚକୋଲେଟ୍‌ମାନ ତିଆରି ହୁଏ। ନିକଟରେ ପର୍ତ୍ତୁଗାଲର ଓବିଡୋସ୍‌‌ରେ ବିଶ୍ବର ସବୁଠୁ ମହଙ୍ଗା ଚକୋଲେଟ୍ ତିଆରି ହୋଇଛି। ଏହି ଚକୋଲେଟ୍‌ର ମୂଲ୍ୟ ୬ଲକ୍ଷ ୧୮ହଜାର ୪୦୦ଟଙ୍କା। ଏହି ଚକୋଲେଟ୍‌କୁ ପ୍ରସ୍ତୁତ କରୁଥିବା ମୁଖ୍ୟ ରୋଷେୟାଙ୍କ ମତରେ ଏଥିରେ ସୁନାର ବ୍ୟବହାର କରାଯାଇଛି, ଯାହା ଖାଇଲେ ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡ଼େନାହିଁ। ବିଶ୍ବର ସବୁଠୁ ମହଙ୍ଗା ମସଲା ଏହି ଚକୋଲେଟ୍‌ରେ ବ୍ୟବହୃତ ହୋଇଥିବାବେଳେ ମାଡାଗାସ୍କର ଦ୍ବୀପରୁ ଆସିଥିବା ହ୍ବାଇଟ୍ ଟ୍ରଫଲ୍, ଭେନିଲା ବ୍ୟବହୃତ ହୋଇଛି। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ଅଫ୍‌ ରେକର୍ଡସ୍‌‌ରେ ମଧ୍ୟ ଏହା ବିଶ୍ବର ସବୁଠୁ ଦାମୀ ଚକୋଲେଟ୍ ଭାବେ ସ୍ଥାନ ପାଇଥିବାର ସୂଚନା ମିଳିଛି।

kalyan agarbati

Comments are closed.