www.samajalive.in
Saturday, December 6, 2025
15.1 C
Bhubaneswar

ଦୁଃଖଦ ; ଦୋଳିରୁ ଖସି ପଡି ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ମିନା ବଜାରରେ ଦୋଳିରୁ ଖସି ପଡି ଯୁବକଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାପାଇଁ ତୁରେକେଲା ଡାକ୍ତର ଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ହେଲେ ତୁରେ କେଲା ଗାଁର ଦେବରାଜ ସାହୁ ବୋଲି ଜଣାପଡିଛି। ଏଭଳି ଦୁଃଖଦ ଘଟଣା ତୁରେକେଲା ଅଞ୍ଚଳରେ ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ , ସୋମବାର ରାତିରେ ତୁରେକେଲା ଅଞ୍ଚଳରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବରେ ପୂଜା ଅବସରରେ ମିନା ବଜାର ପଡିଥିଲା । ରାତି ପ୍ରାୟ ୧୧ଟା ବେଳେ ଚରକି ଦୋଳି ଚାଲୁଥିବା ବେଳେ, କାର୍ତ୍ତିକ ପୂଜା କମିଟିର ସଦସ୍ୟ ଥିବା ଦେବରାଜ ସାହୁ ଦୋଳିରେ ଝୁଲୁଥିବାବେଳେ ଅଚାନକ ଦୋଳିରୁ ଖସିପଡି ଗୁରୁତର ହୋଇଥିଲେ। ଦେବରାଜକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ପୂଜା କମିଟି ସଦସ୍ୟ ତୁରେ କେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଦେବରାଜଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ତୁରେକେଲା ପୁଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି। ତୁରେକେଲା ପୁଲିସ ଥାନାରେ ଏକ ମାମଲା କେଶ ନଂ ୨୧୬ ଦଫା ୨୮୭,୩୦୪(ଏ )ରୁଜୁ କରିବା ସହ ତଦନ୍ତ କାରି ସବ -ଇନ୍ସପେକ୍ଟର ଲଛୀନ୍ଦ୍ର ଚାଲାଣ, ଅଧିକ ତଦନ୍ତ ଜାରି ରଖିଥିବା ବେଳେ, ମୃତକ ଯୁବକଙ୍କ ଶବ ବ୍ୟବଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ପଠାଇ ଥିବା ପୁଲିସ ସୂତ୍ର ରୁ ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories