ତୁରେକେଲା ବ୍ଲକ ଉପାଧକ୍ଷ ନିର୍ବାଚନ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ହଳନ ଭଟା ସମିତି ସଭ୍ୟ ଦମୟନ୍ତୀ ଖୁରା ଏବଂ ବିଜେଡ଼ି ସମର୍ଥିତ ଚାଉଳ ଶୁଖା ସମିତି ସଭ୍ୟ ଗିରି ସିଂ ମାଝି ଉଭୟ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଭିକ୍ଟର ସୋରେଙ୍ଗଙ୍କ ନିକଟରେ ଦାଖଲ କରିବା ପରେ ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ ହୋଇଥିଲା। ପଂଚାୟତ ସମିତିର ୧୯ ଜଣ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରୁ ଶ୍ରୀମତୀ ଖୁରାଙ୍କ ସପକ୍ଷରେ ୧୩ଟି ଭୋଟ ପଡ଼ିଥିବା ବେଳେ, ଗିରି ସିଂ ମାଝିଙ୍କୁ ୭ ଖଣ୍ଡ ଭୋଟ ମିଳିଥିଲା। ନିର୍ବାଚିତ ଅଧିକାରୀ ଖୁରାଙ୍କୁ ବିଜୟୀ ଘୋଷିତ କରିବା ପରେ, ସମସ୍ତ ସଭ୍ୟସଭ୍ୟାମାନଙ୍କୁ ଶପଥ ଗ୍ରହଣ କରାଇ ଥିଲେ।

Comments are closed.