www.samajalive.in
Saturday, December 6, 2025
14.1 C
Bhubaneswar

ବାଇକ ଧକ୍କାରେ ଯୁବକ ମୃତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସିଙ୍ଗଳପଡ଼ା ରାସ୍ତାରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଜଣେ ଯୁବକ ନିଜ ବାଇକରେ ଦ୍ରୁତ ଗତିରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଗାଈ ସହିତ ଧକ୍କା ହୋଇ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଯୁବକଜଣକ ଛିଟିକି ପଡ଼ିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗି ମୁଣ୍ଡ ଓ ନାକରୁ ପ୍ରଚୁର ରକ୍ତ ସ୍ରାବ ହେବାରୁ ଗୁରୁତର ଅବସ୍ଥାରେ ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବକ ଜଣକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡ଼ାହାଡ଼ ଗ୍ରାମର ହେମସାଗର କୁଅଁର(୨୧) ବୋଲି ଜଣାପଡ଼ିଛି।

କଣ୍ଟାବାଞ୍ଜି ସହର ଆଶ୍ରମପଡା, ଝଙ୍କରପଡା, ସିଙ୍ଗଲପଡା ରାସ୍ତାରେ ସନ୍ଧ୍ୟା ସମୟରୁ ବିଚ୍ ରାସ୍ତାରେ ଶତାଧିକ ଗୋରୁ ଗାଈ ଜମା ହେଉଥିବାରୁ ଟ୍ରାଫିକ ସମସ୍ୟା ସହ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି। ହେମସାଗରଙ୍କ ବାଇକ ଆଗରେ ଗାଈ ପଶି ଆସିବାରୁ ଦୁର୍ଘଟଣା ଘଟି ତାଙ୍କ ଜୀବନ ଚାଲିଗଲା। ବହୁବାର ରାସ୍ତାରେ ଗାଈ ବୁଲି ଦୁର୍ଘଟଣା ଘଟୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ସ୍ଥାନୀୟ ଏନଏସି ତରଫରୁ ଉଚିତ୍ ପଦକ୍ଷପ ନିଆଯାଉ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories