କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ତୁରେକେଲା ଥାନା ବଡବାଙ୍କି ଗାଁ ସ୍କୁଲ ନିକଟରେ ଖୋଳା ଯାଇଥିବା ପାଇଖାନା ଟାଙ୍କି ପାଣି ଭର୍ତ୍ତି ଖାଲରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଏହି ୧୫ଫୁଟିଆ ଖାଲରୁ ଦମକଳ ବାହିନୀ ମୃତଦେହକୁ ଉଦ୍ଧାର କରଥିଲେ। ଏହାପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ପରେ ଫେରିଯାଇଛି।
ମୃତକ ଯୁବକ ବଡ଼ବାଙ୍କି ଗ୍ରାମର ଜଳନ୍ଧର ମାଝୀ (୧୮)ବର୍ଷ। ଗତକାଲି ସନ୍ଧ୍ୟାରେ ଘରୁ ବାହାରି, ଆଉ ଘରକୁ ଫେରି ନଥିଲା। ଘର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ଜଳନ୍ଧରକୁ ପାଇ ନଥିଲେ। ଆଜି ସଖାଳେ ପରିବାର ଲୋକେ ଖୋଜା ଖୋଜି କରି ଏହିସ୍କୁଲ ପାଇଖାନା ନିକଟ ଖୋଲା ଯାଇଥିବା ଖାଲର ପ୍ରାୟ ୧୫ମିଟର ଦୂରତାରେ ଜଳନ୍ଧରର ପ୍ୟାଣ୍ଟ, ସାର୍ଟ ଓ ଚପଲ ଥିବା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ଘଟଣା ସ୍ଥଳରେ ପହଂଚି, ଦମକଳ ବାହିନୀକୁ ଡକାଇରୁ ଖାଲରୁ ଯୁବକର ମୃତଦେହ ବାହାର କରିଥିଲେ। କଣ୍ଟାବାଞ୍ଜି ଡାକ୍ତରଖାନା ରେ ଶବ ବ୍ୟବଛେଦ କରାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିଲେ।
ପୁଲିସ ଏକ ଅପମୃତ୍ୟୁ ମାମଲା କେଶ ନଂ ୭ରୁଜୁ କରି ତଦନ୍ତ ଜାରି ରଖିଛି। ଜଳନ୍ଧରର ମିରକି ବେମାରୀ ଥିବା ପରିବାର ଲୋକେ ପୁଲିସକୁ କହିଥିବା ବେଳେ, ଗତକାଲି ସନ୍ଧ୍ୟାରେ ଜଳନ୍ଧର ଶୌଚ ପାଇଁ ଯାଇ ଖାଲରେ ଗୋଡ଼ ଖସି ଖାଲରେ ପଡ଼ି ମୃତ୍ୟୁ ବରଣ କରିଥାଇପରେ ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଛେଦ ରିପୋର୍ଟ ପରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି।
Comments are closed.