ବିଲରେ ଚାଷ କରିବାକୁ ଯାଇ ଅଘଟଣ, ବଜ୍ରପାତ ରେ ମହିଳାଙ୍କ ମୃତ୍ୟୁ 

କଣ୍ଟାବାଞ୍ଜି : ତୁରେକେଲା ଥାନା ବଡ଼ବାଙ୍କି ପଞ୍ଚାୟତ ଜାମକୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗାଁର ନୃପତି ମାଝୀ ନିଜ ଚାଷ ଜମିକୁ କାମ କରିବାକୁ ଯାଇ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା କୁ ଅଣାଯାଇଥିଲା ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତୁରେକେଲା ପୁଲିସ ମୃତଦେହକୁ ଜବତ କରି   କଣ୍ଟାବାଞ୍ଜି ଡାକ୍ତରଖାନାରେ ପଞ୍ଚନମା କରିଥିଲା। ଏହାପରେ  ବ୍ୟେବଛେଦ କରି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୂର୍ବରୁ ସ୍ୱାମୀଙ୍କ ମୃତ୍ୟ ହୋଇଥିବା ବେଳେ ଏବେ ବଜ୍ରପାତରେ ମାଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ପରିବାରର ଦୁଇ ପୁଅ ଝିଅ ବେସାହାରା ହୋଇଯାଇଛନ୍ତି । ଏ ନେଇ ତୁରେକେଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି। ତୁରନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.