www.samajalive.in
Saturday, December 13, 2025
27.1 C
Bhubaneswar

ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ୍ ଶିବିର

କାଣ୍ଟାବାଞ୍ଜି : ସ୍ଥାନୀୟ ରାଜେନ୍ଦ୍ର ନଗର ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଡିସେମ୍ବର ମାସ ର ଏକ ଦିବସୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ କଣ୍ଟାବାଞ୍ଜି ନଗର ର ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନ ମୁଖ୍ୟ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଆଜିର ବୈଠକରେ ବଲାଙ୍ଗିର ଜିଲା ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଭାରପ୍ରାପ୍ତ ମୁଖ୍ୟ ଜ୍ଞାନେନ୍ଦ୍ର ମଲ୍ଲିକ ନିରୀକ୍ଷଣ କରିବାକୁ ଆସିଥିଲେ ତାଙ୍କ ତତ୍ଵବଧାନର ଆଜି ର ବୈଠକ ସମ୍ପାଦନ ହୋଇ ଥିଲା।
କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜୋକ ଦିନେଶ ମହାନନ୍ଦ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ଵାଗତ ଜଣାଇ ଆଜିକାର ବୈଠକକୁ ଆଗେଇ ନେଇଥିଲେ। ଶ୍ରୀ ମହାନନ୍ଦ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟ ରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧାରଣ ଦେଇ ଥିଲେ, ଶିକ୍ଷୟତ୍ରୀ ଅଞ୍ଜଳି ମାଝୀ ଗଣିତ କଳିକା ଆନ୍ଦୋଳନର ସିଆରଏ ପଦ୍ଧତି ବିଷୟରେ ଆଲୋଚନା କରିଥିଲେ। ଶ୍ରୀମାନ ମଲ୍ଲିକ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟରେ ଶିସ୍ ପରୀକ୍ଷା ବାବଦରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରିଥିଲେ। ଶେଷରେ ରାଜେନ୍ଦ୍ର ନଗର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସବିତା ରଣା ଓ ଶିକ୍ଷୟତ୍ରୀ ସୁନୀତା ମେହେର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଦେଇ ସଭା ସାଙ୍ଗ ହୋଇ ଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories