କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡିଙ୍କ ଉପସ୍ଥିତିରେ ସର୍ବ ପ୍ରଥମେ ରକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କୁ ଗୁଡ ସମରିଟାନ୍ ସମ୍ମାନ ବାବଦକୁ ପ୍ରମାଣପତ୍ର ଓ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।
ପ୍ରକାଶ ଥାଉକି, ବିରଞ୍ଚି ଦାଶ ତୁରେକେଲା ବ୍ଲକରେ ଗଣଶିକ୍ଷା ବିଭାଗର ସଂଯୋଜକ ଭାବରେ କାର୍ଯ୍ୟ କରିବା ସହିତ ଜୁନିଅର ରେଡକ୍ରସ ପରାମର୍ଶଦାତା, ରକ୍ଷକ, ରକ୍ତ ପରାମର୍ଶ ଦାତା, ରକ୍ତଦାନ, ସମାଜସେବା ଭଳି କାର୍ଯ୍ୟ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ତୁରେକେଲା ବ୍ଲକର ଜଙ୍ଗଲ ଅଧ୍ୟୁଷିତ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ପାଇଁ ଦେବଦୂତ ସାଜି ବିଭିନ୍ନ ସମୟରେ ଅନେକ ଦୁର୍ଲ୍ଲଭ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ବିରଞ୍ଚି।



