www.samajalive.in
Saturday, December 6, 2025
14.1 C
Bhubaneswar

ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ତରଫରୁ ମେଗା ରକ୍ତଦାନ ଶିବିର

କଣ୍ଟାବାଞ୍ଜି:  ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ନିର୍ଦ୍ଦେଶ ପୁରା ରାଜ୍ୟ ସାତ ଦିନ ଧରି ରାଜ୍ୟ ବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ ହୋଇଛି । ଏଥିରେ ୨୫୦ ଶିବିର କରି ୧୧୧୧୧ ୟୁନିଟ ରକ୍ତଦାନ କରିବା ପାଇଁ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ ନିର୍ଦେଶ ଅନୁଯାୟୀ ସ୍ଥାନୀୟ ମାରୱାଡି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫରୁ ସ୍ଥାନୀୟ ହରି ଭବନ ପରିସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
ପ୍ରଚଣ୍ଡ ୪୫ ଡିଗ୍ରୀ ଖରାରେ ମଧ୍ୟ୧୭୧ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିକାଶ ଶାଖା ମୁଖ୍ୟ ସଂଯୋଜକ ଆଜାଦ ବଂଶଳଙ୍କ ସଂଯୋଜନାରେ ବିକାଶ ଶାଖା ସଭାପତି ଆକାଶ ଜୈନ, ସମ୍ପାଦକ ଦୀପକ ଜୈନ, ଗୌରବ ଜୈନ , ନବନିତ୍ ଅଗ୍ରୱାଲ ନେତୃତ୍ବରେ ଆୟୋଜିତ ଏହି ଶିବିରରେ ପୂର୍ବତନ୍ ଵିଧ୍ୟାୟକ ଆୟୁବ୍ ଖାଁ, ଜିଲ୍ଲା ସାଧରଣ ବିଜେଡ଼ି ଫିରୋଜ୍ ଖାଁ,ଅଗ୍ରୱାଲ ସଭା ସଭାପତି ସୁରେଶ ଆର୍ୟା ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ ।
ବିକାଶ ଶାଖା ରକ୍ତ ଦାନ ସଂଯୋଜକ ଆଶିଷ ଖେତାନ ଓ ଆନନ୍ଦ ମୋଟେ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଶିବିର ବିକାଶ ଶାଖାର ଅନୁପ ଜୈନ, ନିଖିଲ ଅଗ୍ରୱାଲ, ମୟଙ୍କ ଜୈନ, ମନିଶ ଜୈନ, ଅଜୟ ଅଗ୍ରୱାଲ, ବଜରଙ୍ଗ ଜିନ୍ଦଲ, ସୂମିତ ଜୈନ,ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିବା ବେଳେ, ରକ୍ତ ଭଣ୍ଡାରରୁ ଡାକ୍ତର ଏମ ଶ୍ରଦ୍ଧାଞ୍ଜଳି, କର୍ମଚାରି କୁନାଲ ଦାସ,ଶିବ ସାହୁ, ବିଶ୍ୱଜିତ ଦେବତା, ପ୍ରଶାନ୍ତ ସାହୁ, ଦୁର୍ଗା ତାଣ୍ଡି ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories