www.samajalive.in
Saturday, December 6, 2025
26.1 C
Bhubaneswar

ସମସ୍ତ ଆଇସିସି ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆ ବିଶ୍ବରେ ପ୍ରଥମ

ଓଭାଲ୍‌ : ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ହୋଇପାରିଛି। ଫଳରେ ବିଶ୍ବର ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ସମସ୍ତ ୪ଟିଯାକ ଆଇସିସି ଟ୍ରଫି ଜିତି ଇତିହାସ ପ୍ରତିଷ୍ଠା କରିଛି। କେବଳ ଏତିକି ନୁହେଁ; କ୍ରିକେଟ୍‌ ଇତିହାସରେ ଅଷ୍ଟ୍ରେଲିଆ ବିଶ୍ବରେ ସଫଳତମ ଦଳ ହୋଇପାରିଛି। ଅଷ୍ଟ୍ରେଲିଆ ଦଳ ୫ ଥର ଦିନିକିଆ ବିଶ୍ବକପ୍‌ ଜିତିଥିବା ବେଳେ ଥରେ ଟ୍ବେଣ୍ଟି୨୦ ବିଶ୍ବକପ୍‌, ଥରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଏବଂ ୨ ଥର ଚମ୍ପିଆନ୍‌ସ ଟ୍ରଫି ଜିତିପାରିଛି। ବିଶ୍ବର କୌଣସି ଦଳ ଅଷ୍ଟ୍ରେଲିଆ ପରି ୯ଟି ଆଇସିସି ଟ୍ରଫି ଜିତିନାହିଁ। ଫାଇନାଲରେ ଯଦି ଭାରତ ବିଜୟୀ ହୋଇଥାଆନ୍ତା; ଏହା ମଧ୍ୟ ବିଶ୍ବର ପ୍ରଥମ ଦଳ ଭାବେ ସମସ୍ତ ଆଇସିସି ଟ୍ରଫି ଜିତିବାର କୃତିତ୍ବ ହାସଲ କରିଥାଆନ୍ତା। ଭାରତ ୨ ଥର ଦିନିକିଆ ବିଶ୍ବକପ୍‌, ୨ ଥର ଚମ୍ପିଆନ୍‌ସ ଟ୍ରଫି ଓ ଥରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories