କଣ୍ଟାବାଞ୍ଜି : କଣ୍ଟାବାଞ୍ଜିରୁ ଗୁଡିଘାଟ ରାସ୍ତା ନିଲୁରାମ ରାଇସ ମିଲର ପ୍ରାୟ ୧୦୦ ମିଟର ଦୂରରେ ଏକ ଗୋଦାମରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ଆନୁମାନିକ ୬୪୦ ବସ୍ତା ପି. ଡି. ଏସ ଚାଉଳ ଜବତ କରିଛି। ସେହି ଗୋଦାମରେ ମାଣ୍ଡିଆ, କୋଳଥ ଡାଲି, ଛତୁଆ ଥିଲା ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି। କଣ୍ଟାବାଞ୍ଜି ଯୋଗାଣ ନିରୀକ୍ଷକ ସନାତନ ମାଝୀ ଏବଂ ମୁରିବାହାଲ ଯୋଗାଣ ନିରୀକ୍ଷକ ଅବିନାଶ ବିଶି ଯୋଗାଣ ବିଭାଗ ତରଫରୁ ଚଢାଉରେ ସାମିଲ ଥିଲେ । ଏହି ସବୁ କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀଙ୍କ ବୋଲି ଜଣାପଡିଛି। ଏହି ୬୪୦ ପ୍ୟାକେଟ ବେଲପଡା ବ୍ଲକର ହୋଇଥିବା ଚର୍ଚ୍ଚା ହେଉଛି । ଏନେଇ ତୁରେକେଲା ବ୍ଲକ ଯୋଗାଣ ନିରୀକ୍ଷକ ସନାତନ ମାଝୀଙ୍କୁ ପଚାରିବାରୁ ତଦନ୍ତ ଚାଲିଥିବା କହିଛନ୍ତି । ଚାଉଳ ସବୁ ନିଲୁରାମ ରାଇସ ମିଲରେ ରଖାଯାଇଛି। ଓଜନ ହେବାପରେ ସଠିକ ପରିମାଣ ଜଣାପଡିବ।
Popular Categories



