କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡଡୁକଳା ଗ୍ରାମ ପଂଚାୟତ ଗରଲାଉଡାର ଗ୍ରାମର ସମସ୍ତ ମହିଳା କପା ଚାଷି ମାନଙ୍କୁ ନେଇ ଜୈବିକ ଚାଷୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶା ସଂସ୍ଥାର ପ୍ରକଳ୍ପ ସଂଯୋଜକ ଡ. ବରୁଣ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଷୟବସ୍ତୁ ସଂଯୋଜକ ରମେଶ ଚନ୍ଦ୍ର ପୁଟେଲ, ପ୍ରକଳ୍ପ ପ୍ରବନ୍ଧକ ଟୁଟୁ ସେଠି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ମହିଳା ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସଂସ୍ଥାର କର୍ମଚାରୀ ଯୋଗେନ୍ଦ୍ର ହଂସ, ଯୋଗେନ୍ଦ୍ର ମେହେର, ଉଗ୍ରସେନ ସଗରିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Popular Categories



