ବଜ୍ରାଘାତରେ ଯୁବକ ମୃତ

କଣ୍ଟାବାଞ୍ଜି: ତୁରେକେଲା ଥାନା ଅନ୍ତର୍ଗତ ଘୁନେଶ ଗ୍ରାପର ବାନ୍ଧନ ପାଲି ଗାଁର ଜୈନିକ ଯୁବକ ସୁନାଧର ପୁଞ୍ଜି ଘରୁ ବାହାରି ଗାଁ ପାଖ ପେନ୍ଡ୍ରା ବନ୍ଧ ଜଳ ପ୍ରପାତକୁ କାଠ ଡ଼ଙ୍ଗାରେ ମାଛ ମାରିବାକୁ ଡ୍ୟାମ ଭିତରକୁ ପ୍ରବେଶ କରି ମାଛ ମାରୁଥିଲେ। ଅପରାହ୍ନରେ ହଠାତ ବିଜୁଳି ଘଡ ଘଡି ମାରି, ବଜ୍ରାଘାତରେ ଯୁବକର ମୃତ୍ୟୁ ହୋଇ ଯାଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇଁ ପରିବାର ଲୋକେ ଡ୍ୟାମ ପାଖରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୃତ ଦେହକୁ ଉଦ୍ଧାର କରି ତୁରେକେଲା ପୁଲିସକୁ ଖବର ଦେଇ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି।

Comments are closed.