www.samajalive.in
Saturday, December 6, 2025
14.1 C
Bhubaneswar

ରଥଯାତ୍ରା ଅବସରରେ ହରିଶଙ୍କର ମନ୍ଦିରରେ ମାଙ୍କଡଙ୍କୁ ଖାଦ୍ୟ ଖାଇବାକୁ ଦେଲେ ପ୍ରକୃତିବନ୍ଧୁ ବିରଞ୍ଚି ଦାଶ

କଣ୍ଟାବାଞ୍ଜି: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ହରିଶଙ୍କରଠାରେ ଥିବା ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଇଥିଲା। କରୋନାର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ହରିଶଙ୍କରଠାରେ ଥିବା ମନ୍ଦିରକୁ ବନ୍ଦ କରିଯାଇଛି। ଯାହାଫଳରେ ଭକ୍ତମାନେ ଦର୍ଶନ ପାଇଁ ହରିଶଙ୍କର ଯାଉନାହାନ୍ତି। ସେଠାରେ ରହୁଥିବା ଆଶ୍ରିତ ମାଙ୍କଡମାନେ ଦର୍ଶକ ମାନଙ୍କଠାରୁ ଖାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ସେମାନେ ଭୋକଉପାସରେ ରହୁଛନ୍ତି। ସେମାନଙ୍କୁ ମଝିରେ ମଝିରେ ଖାଦ୍ୟ ଯୋଗାଇ ଆସୁଥିବା ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ପଞ୍ଚମ ଥରପାଇଁ ହରିଶଙ୍କରକୁ ଯାଇ ମାଙ୍କଡ଼ମାନଙ୍କୁ ପାଉଁରୁଟି, ବିସ୍କୁଟ, ଜାମୁ, ବାଦାମ ଆଦି ଖାଇବା ଜିନିଷ ମାଙ୍କଡଙ୍କୁ ଦେଇଥିଲେ। ଏହି ଖାଦ୍ୟ ଦେବାରେ ସିଆରସିସି କୁଞ୍ଜ ବିହାରୀ ସରାଫ, ଶିକ୍ଷକ ଅମରେନ୍ଦ୍ର ବେହେରା, ସମାଜସେବୀ ଆଶିଷ ଜୈନ ସାହାଯ୍ୟ ଓ ସହଯୋଗ କରିଥିଲେ। ପୂର୍ବଥର ଭଳି ଶ୍ରୀ ଦାଶ ମାଙ୍କଡଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ ଜଣେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories