www.samajalive.in
Monday, December 8, 2025
27.1 C
Bhubaneswar

ଜଗା ବଳିଆକୁ ବଡଦାଣ୍ଡ ମନା: ନିରାଡମ୍ବର ଭାବରେ ମନ୍ଦିର ଭିତରେ ହେଲା ନିତିକାନ୍ତି ପାଳନ

ବୌଦ୍ଧ : କରୋନା ଗୋଷ୍ଠୀ ସଂକ୍ରମଣ ଭୟରେ ବୌଦ୍ଧରେ ଶହ ଶହ ବର୍ଷର ରଥଯାତ୍ରା ପରମ୍ପରା ଭଙ୍ଗ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ଗଡଜାତର ଇତିହାସରେ ଦ୍ୱିତିୟଥର ପାଇଁ ବନ୍ଦ କରାଯିବା ସହିିତ ଭକ୍ତମାନଙ୍କୁ ନିରାଶ ହେବାକୁ ପଡିଛି। ହଜାର ହଜାର ଭକ୍ତଙ୍କ ଗହଳ ଚହଳ ହେଉଥିବା ବଡଦାଣ୍ଡ ଆଜି ସଂପୁର୍ଣ୍ଣ ଭାବରେ ଖାଁ ଖାଁ ଲାଗୁଥିଲା। ଜଗତର ଠାକୁର ଜଗା ବଳିଆକୁ ପ୍ରଶାସନିକ ରୋକ ଲଗାଯାଇ ବଡଦାଣ୍ଡ ମନା ହୋଇଥିବାବେଳେ ଭକ୍ତମାନଙ୍କୁ ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ଛଡାଯାଇନଥିଲା। ମନ୍ଦିର ପରିସରକୁ ପୋଲିସ ପକ୍ଷରୁ ବେରିକେଟିଂ କରାଯିବା ସହିତ କୌଣସି ଲୋକକୁ ଭିତରକୁ ଛଡାଯାଇନଥିଲା। ମନ୍ଦିର ଭିତରକୁ ପ୍ରଶାସନ ପକ୍ଷରୁ ଅନୁମତିପ୍ରାପ୍ତ ସ୍ୱଳ୍ପ ବ୍ରାହ୍ମଣ ସେବକଙ୍କ ଦ୍ୱାରା ବିଧି ପାଳନ ପାଇଁ ଠାକୁରମାନଙ୍କୁ ମନ୍ଦିରରୁ ବାହାରକୁ ଅଣାଯାଇ ପହଣ୍ଡିରେ ଚାରିଥର ମନ୍ଦିର ଚାରିପଟେ ପ୍ରଦକ୍ଷିଣ କରାଯାଇ ବେଢା ଭିତରେ ପ୍ରସ୍ତୁତ ଏକ ମଣ୍ଡପରେ ରଖାଯାଇଥିଲା।

 

- Advertisement -

ଏହି ମଣ୍ଡପରେ ନଅଦିନ ଧରି ଠାକୁରମାନଙ୍କୁ ରଖାଯିବା ସହିତ ପରମ୍ପରା ଅନୁଯାୟୀ ବେଶ ଓ ନିତିକାନ୍ତି ପାଳନ କରାଯିବ। ଏଠାରେ ଠାକୁରମାନଙ୍କ ସର୍ବସାଧାରଣ ଦର୍ଶନ ପାଇଁ ବାରଣ କରାଯାଇଛି। ତେବେ ସ୍ୱଳ୍ପ ସଦସ୍ୟଙ୍କ ଦ୍ୱାରା ସଂର୍କିତନ କରାଯିବାକୁ ଅନୁମତି ପ୍ରଦାନ କରାଯାଇଛି। ଶ୍ରୀକ୍ଷେତ୍ରରେ ସ୍ୱଳ୍ପ ସେବାୟତରେ ରଥଯାତ୍ରା ବିଧି ପାଳନ କରାଯାଇଥିବାବେଳେ ବୌଦ୍ଧରେ ମଧ୍ୟ ପାଳନ କରାଯାଇପାରିଥାନ୍ତା କିନ୍ତୁ କରୋନା ତୃତୀୟ ଲହର ନେଇ ସରକାରଙ୍କ ଆଗୁଆ ସତର୍କତା ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା ବୋଲି ସାଧାରଣରେ ମତପ୍ରକାଶ ପାଉଅଛି। ଆଜିର ନିରାଡମ୍ବର ବିଧିପାଳନ ଅବସରରେ ଉପଜିଲାପାଳ ଅଶ୍ୱନୀ କୁମାର ମେହେର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତୀ ବଳିଆରସିଂହ ଏବଂ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରମୁଖଙ୍କ ଉପସ୍ଥିତିରେ ବ୍ରାହ୍ମଣ ସମାଜ ଦ୍ୱାରା ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ନିତିକାନ୍ତିକୁ ପରିଚାଳନା କରାଯାଇଥିଲା ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories