କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଡଙ୍ଗରବୁଡା ଉଚ୍ଚ ବିଦ୍ୟାଳୟ ସର୍ଗିଗୁଡା ଠାରେ ଗୁରୁପୂର୍ଣ୍ଣିମା ଅବସରରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭୋଳାନାଥ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଠାଗାରର ପ୍ରତିଷ୍ଠାତା ତଥା ଆୟୋଜକ ଶ୍ରୀ ବୃନ୍ଦାବନ କୁମ୍ଭାର ଭ୍ରାମ୍ୟମାଣ ପାଠାଗାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପୁସ୍ତକହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି ଉପସ୍ଥିତ ଅତିଥି ମାନେ ମତ ଦେଇଥିଲେ । ବିଶ୍ୱନନ୍ଦ ବିଶି, ରାହୁଲ କୁମାର ସରାଫ, ମନୋଜ କୁମାର ପଟ୍ଟନାୟକ, ସୁଶୀଲ କୁମାର ବେହେରା, ତୃପ୍ତିରାଣୀ ବେଦୀ, ସାଧନ କୁମାର ପୁଟେଲ, ଚିନ୍ମୟ ପୁଟେଲ ଆଦି ଶିକ୍ଷକବୃନ୍ଦ ପାଠ୍ୟପୁସ୍ତକ ପଢିବା ସହିତ ଗପ, କବିତା ପଢିବା ଓ ନିଜେ ଲେଖିଲେ ହଁ ସୃଜନଶକ୍ତିର ବିକାଶ ହୁଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଆୟୋଜକ ସାଙ୍ଗରେ ଆଣିଥିବା ଗଳ୍ପ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ପଢିବାକୁ ଦେଇଥିଲେ । ପଢି ସାରିବା ପରେ ସେମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ତାପରେ କୃତୀଛାତ୍ର ପକ୍ଷୀରାଜ ପୁଟେଲ, ଦୟାମତି ସମରଥ, ହସିନା ବରିହାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Comments are closed.