www.samajalive.in
Saturday, December 6, 2025
19.1 C
Bhubaneswar

ମସ୍ତିଷ୍କ ମେଲେରିଆ ଜ୍ୱରରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ଜାମୁଟ ଝୁରିଗାଁରେ ଜଣେ ୩୦ବର୍ଷୀୟା ଆଦିବାସୀ ମହିଳାଙ୍କ ମସ୍ତିଷ୍କ ମେଲେରିଆ ଜ୍ୱର ରେ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନା ମୁତାବକ ଜାମୁଟ ଝୁରି ଗାଁ ର ଶୋଭାରାଜ ସିଂ ମାଝିଙ୍କ ଧର୍ମ ପତ୍ନୀ କ୍ଷୀରକାନ୍ତି ମାଝି (୩୦), ଭୀଷଣ ମସ୍ତିଷ୍କ ମ୍ୟାଲେରିୟା ଜ୍ୱରରେ ପୀଡିତ ହୋଇ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ବଲାଙ୍ଗୀର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଅବସ୍ଥା ଗୁରୁତ୍ତର ହେବାରୁ, ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଭେଷଜ ୱାର୍ଡ଼ ରେ ଭର୍ତି ହୋଇ ଚିକିତ୍ସାଧୀନ ଥିବା ବେଳେ, ଶନିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ୬ମାସର କୋଳ ଶିଶୁକୁ ଛାଡି ଯାଇଛନ୍ତି । ସ୍ବର୍ଗତ କ୍ଷୀରକାନ୍ତି ମାଝି ବରିଷ୍ଠ ଆଦିବାସୀ ନେତା ଶ୍ରୀଧର ମାଝିଙ୍କ ବୋହୂ ଅଟନ୍ତି ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories