www.samajalive.in
Saturday, December 6, 2025
19.1 C
Bhubaneswar

ମୌସୁମୀ ; ଏହି ସମସ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ମୌସୁମୀ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଶେଷରେ କେରଳରେ ଆସି ପହଞ୍ଚି ସାରିଛି । ଏହାର ପ୍ରଭାବ ସମଗ୍ର ଦେଶ ଉପରେ ପଡିଛି । ଫଳରେ ଆଜି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଆର.କେ ଜେନାମଣି କହିଛନ୍ତି,ଆରବ ସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ପାଇଁ ଅବସ୍ଥା ଅନୁକୂଳ ଅଟେ। ଏହା ଦକ୍ଷିଣ ଆରବ ସାଗର, ଲାକ୍ଷ୍ମାଦ୍ୱୀପ ଏବଂ କେରଳର ଅଧିକାଂଶ ଅଂଶ ଉପରେ ଗତିକରିବ । ଏହା ବ୍ୟତୀତ ଏହା କର୍ଣ୍ଣାଟକ, ତାମିଲନାଡୁ, ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବାଞ୍ଚଳର ଅଧିକ ଅଂଶକୁ ମଧ୍ୟ ପ୍ରଭାବିତ କରିବ । ପାଗ ପରିବର୍ତ୍ତନ ହେତୁ ଆସନ୍ତା ପାଞ୍ଚ ଦିନ ପାଇଁ ଦିଲ୍ଲୀ, ଉତ୍ତର-ପଶ୍ଚିମ ଭାରତ ଏବଂ ମଧ୍ୟ ଭାଗରେ ଖରାର ପ୍ରଭାବରୁ ଆରାମ ମିଳିବ।
ଉତ୍ତରପ୍ରଦେଶର ପ୍ରବଳ ଉତ୍ତାପ ମଧ୍ୟରେ ପାଣିପାଗ ବିଭାଗ ଆଶ୍ୱସ୍ତିକର ଖବର ମିଳିଛି । ଦେଓରିଆ, ବଳରାମପୁର, ସିଦ୍ଧାର୍ଥନଗର, ସନ୍ଥ କବୀର ନାଗର, ଗୋରଖପୁର, ମହାରାଜଗଞ୍ଜ, କୁଶିନଗର, ସୋନଭଦ୍ରା, ଚନ୍ଦୌଲୀ, ବାରାଣସୀ, ସୀତାପୁର, ବହରାଇଚ, କୌଶାମ୍ବି,ଚିତ୍ରକୁଟ, ରାୟ ବରେଲି, ଅମେଠୀ,ବାନ୍ଦା, ଫତେପୁର,ହମିପୁର ଓ ମହୋବାରେ ଆଜି ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।
ଗତ ସପ୍ତାହରେ ବିହାରରେ ପ୍ରବଳ ବର୍ଷା ହୋଇଥିଲା ଏବଂ ବର୍ତ୍ତମାନ ୩୦ ମଇରେ ପୁଣି ଥରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବିହାରର ଉତ୍ତର ଅଞ୍ଚଳରେ ସୁପୌଲ, ମୋତିହାରୀ, ଅରରିଆ, ପଶ୍ଚିମ ଚମ୍ପାରନ୍, ପୂର୍ବ ଚମ୍ପାରନ୍, ସୀତାମାରି, ମଧୁବାନୀ, କିଶାନଗଞ୍ଜ, ପୂର୍ଣ୍ଣିୟା, ମାଧେପୁରା, କାଟିହର, ଗୋପାଳଗଞ୍ଜ, ମୁଜାଫରପୁର, ସହରସା ଏବଂ ଦାରଭଙ୍ଗା ଅଞ୍ଚଳରେ ସର୍ବାଧିକ ବର୍ଷା ହେବ । ଅନ୍ୟ ଅଞ୍ଚଳରେ ଅଳ୍ପ ବର୍ଷା ହୋଇପାରେ ।
ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନ,ଟୋଙ୍କ,ବୁନ୍ଦି, ସୱାଇ ମାଧୋପୁର, କୋଟା, ଝାଲାବାଡ, ଆଖପାଖ ଅଞ୍ଚଳରେ ବର୍ଷା ଏବଂ ବଜ୍ରପାତ ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏଠାରେ ଧୂଳିଝଡ ହେବ। ପବନର ବେଗ ୩୦-୪୦ କିଲୋମିଟର ହେବ ।
ରେୱା, ଚାମ୍ବଲ, ଶାହଦୋଲ, ଜବଲପୁର, ନରସିଂହପୁର, ଛିନ୍ଦୱାରା, ସିବନୀ, ଦାମୋହ, ସାଗର, ଛତ୍ରପୁର, ଟିକାମଗଡ,ରାଜଧାନୀ ଭୋପାଳ,ମଧ୍ୟପ୍ରଦେଶର ସେହୋରରେ ବର୍ଷା ହେବାର ସମ୍ଭାବନା ରହିଛି।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories