www.samajalive.in
Saturday, December 6, 2025
26.1 C
Bhubaneswar

ମୋ ବାପାଙ୍କ ପ୍ରତି ଅନ୍ୟାୟ କରିଛି ପ୍ରଶାସନ: ଦିବ୍ୟାଙ୍ଗ ଝିଅ ରୁପାଲି

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଝାଙ୍କରପଡାଠାରେ ଶୁକ୍ରବାର ପିଡବ୍ଲ୍ୟୁଡି ରୋଡ ଉପରେ ୬ଟି ଦୋକାନ ଗୃହ ନିର୍ମାଣ ହୋଇଥିବା ଜବର ଦଖଲକୁ ଟିଟିଲାଗଡ ଉପଜିଲ୍ଲାପାଳ ତଥା କଣ୍ଟାବାଞ୍ଜି ଏନଏସି ପ୍ରଶାସକଙ୍କ ଉପସ୍ଥିତିରେ ଉଛେଦ କରାଯାଇଛି। ଉଛେଦ ବେଳେ ଜବରଦଖଲକାରୀ ସୁରଜିତ ସିଂ ମାଖିଜା ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅ ରୁପାଲି ଉଛେଦ ଉପରେ ପ୍ରଶାସନ ସହ ବାକ୍‍ ବିତଣ୍ଡା ମଧ୍ୟରେ ଉଛେଦ କାର୍ୟ୍ୟ ଅଧଘଣ୍ଟା ଯାଏଁ ଅଟକି ଯାଇଥିଲା। ଏପରି କି ଜବରଦଖଲକାରୀ ସୁରଜିତ ପ୍ରଶାସନିକ ଅଧିକାରୀ ଓ କଣ୍ଟାବାଞ୍ଜିି ଆର.ଆଇ. ବିନୋଦ ବିହାରି ବାରିକଙ୍କୁ ଗାଲି ଗୁଲଜ କରିବା ସହିତ ଆର.ଆଇ.ଙ୍କୁ ଇଙ୍ଗିତ କରିଥିଲେ। ଫଳରେ ଉଛେଦ କାର୍ୟ୍ୟ ବନ୍ଦ ରହିଥିଲା।

ଏହା ପରେ ପୁନର୍ବାର ଉପଜିଲ୍ଲାପାଳ ନିର୍ଦ୍ଧିଷ୍ଟ କାଗଜାଦ ମହଜୁଦ ନ ଥିବା ଦର୍ଶାଇ ୬ଟି ଦୋକାନ ଗୃହକୁ ଉଛେଦ କରିଛନ୍ତି। ଉଛେଦ ବେଳେ ଅନ୍ୟମାନଙ୍କ ମଧ୍ୟରେ ଏକଜ୍ୟୁକୁଟିଭ୍‍ ମାଜିଷ୍ଟ୍ରେଟ ତଥା ତହସିଲଦାର କଣ୍ଟାବାଞ୍ଜି ଅଶୋକ କୁମାର ମାଝୀ, କଣ୍ଟାବାଞ୍ଜି ପୋଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର,ପି.ଡବ୍ଲୁ.ଡି.ସହକାରି ନିର୍ବାହୀ ଯନ୍ତ୍ରୀ ସୁରେଶ ପାତ୍ରୋ, ଥାନା ଆଇ.ଆଇ.ସି. ସତ୍ୟଜିତ କୋଣ୍ଡାଙ୍କେଲ ,ଏନ.ଏ.ସି. ନିର୍ବାହୀ ଅଧିକାରୀଣି ବିଷ୍ଣପ୍ରିୟା ମିଶ୍ର ସହ ପୋଲିସ ପ୍ଲାଟୁନ ଏବଂ ଅନ୍ୟ ବରିଷ୍ଟ ଅଫିସର ବୃନ୍ଦ ଉପସ୍ଥିତ ଥିଲେ।

- Advertisement -

ଏହି ଉଛେଦ ପରେ ଊଛେଦକାରୀ ସୁରଜିତ ସିଂ ମାଖିଜା ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅ ରୁପାଲି ମାଖିଜା ଶନିବାର ଦିନ ଖବରଦାତା ସମ୍ମିଳନିରେ ପ୍ରକାଶ କରିଛନ୍ତି। ଉଭୟେ ବାପ ଝିଅଙ୍କ ଅଭିଯୋଗ ଯେ ଏହି ଜବର ଦଖଲ ନେଇ ହାଇକୋର୍ଟରେ କେସ ଚାଲିଛି, ଯାହା ଡବ୍ଲୁ.ପି.(ସି) ନଂ.୯୦୯୫/୨୦୨୦ ମତେ ୩୧.୦୮.୨୦୨୦ ଯାଏଁ ଶୁଣାଣି ଅବଧି ବୃଦ୍ଧି କରିଛନ୍ତି। କିନ୍ତୁ କଂଟାବାଂଜି ପ୍ରଶାସନ ଏହା ଉପରେ ବିଚାର ନ କରି ତରବରିଆ ଭାବେ ଉଛେଦ କରି ଆମ୍ଭ ପରିବାର ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଦିବ୍ୟାଙ୍ଗ ଝିଅ ରୁପାଲି ଏବଂ ବାପା ସୁରଜିତ ପ୍ରକାଶ କରିଛନ୍ତି। ଏହା ଉପରେ ସେ ପୁନର୍ବାର ଊଛେଦ କରିଥିବା ଅଧିକାରୀମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଉଭୟେ କହିଛନ୍ତି। ଏହି ଉଛେଦ ଉପରେ ସୁରଜିତ ସିଂ ମାଖିଜା ପ୍ରଶାସନିକ ଅଧିକାରୀ ଓ ଆର.ଆଇ. ବାରିକଙ୍କୁ ଗାଲି ଗୁଲଜ କରିଥିବାରୁ ବାରିକ ଥାନାରେ ଏକ ଏତଲା ଦେଇଛନ୍ତି ଯାର କେସ (ନଂ.୧୭୭/୨୦୨୦) ଦଫା ୩୪୧/୩୫୩/୧୮୮ ଆଇ.ପି.ସି.ରେ ଏକ ମାମଲା ରୁଜୁ ହେବା ସହ ଏହାର ଅନୁସଂଧାନ ଅଧିକାରୀ ସବ୍‍ ଇନ୍ସପେକ୍ଟର ଜିଡି ମଲ୍ଲିକ ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories