ବେଙ୍ଗାଲୁରୁ : କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ ମେବିନା ମାଇକେଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ବୁଧବାର ମେବିନା ମାଇକେଲଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା। ଏହି ଅଭିନେତ୍ରୀ ରିଆଲିଟି ସୋ ପାୟେଟ୍ ହୁଡୁଗିର୍ ହଲି ଲାଇଫରୁ ଲୋକପ୍ରିୟତା ହାସଲ କରିଥିଲେ।
ଅଭିନେତ୍ରୀ ନିଜ ସହର ମାଡିକେରୀ ଯାଉଥିଲେ। କର୍ଣ୍ଣାଟକର ଦେବୀହାଲୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ମାଡିକେରି ଯିବା ବାଟରେ ତାଙ୍କ କାର ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା। ମେବିନା ମାଇକେଲଙ୍କ ସହ କାରରେ ଥିବା ତାଙ୍କ ଅନ୍ୟ ସାଙ୍ଗମାନଙ୍କ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅଭିନେତ୍ରୀଙ୍କ ମୃତ୍ୟୁ ତାଙ୍କ ପରିବାର ଏବଂ ସମଗ୍ର ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଝଟକା ଲାଗିଛି।
ସଡ଼କ ଦୁର୍ଘଟଣାରେ କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ ମେବିନା ମାଇକେଲଙ୍କ ମୃତ୍ୟୁ
Popular Categories



