www.samajalive.in
Friday, December 5, 2025
26.1 C
Bhubaneswar

କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଘରେ ଅତ୍ୟାବଶ୍ୟକ ଔଷଧ ପହଞ୍ଚାଇବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତ୍ୟାବଶ୍ୟକ ଔଷଧପତ୍ରଗୁଡ଼ିକୁ ଲୋକମାନଙ୍କ ଘରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି । କ୍ୟାଲସିୟମ୍‍, ଓଆର୍‍ଏସ୍‍, ଜିଙ୍କ୍‍, ଗର୍ଭନିରୋଧକ ଓ ଆଇରନ୍‍ ଫୁଲିକ ଭଳି ଔଷଧପତ୍ରଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍‍ଗୁଡ଼ିକରେ ଲୋକମାନଙ୍କ ଘରେ ଯୋଗାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମାଆ ଓ ନବଜାତ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ମନ୍ତ୍ରଣାଳୟ କହିଛି, ପ୍ରଜନନ ସମ୍ବନ୍ଧୀୟ ଔଷଧପତ୍ର, ମାତୃତ୍ୱ, ନବଜାତ ଶିଶୁ, ଛୋଟ ପିଲା ଓ କିଶୋରାବସ୍ଥାର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ପତ୍ରଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଭାବେ ବିବେଚନା କରାଯିବା ଉଚିତ୍‍ ।

ଏ ସମ୍ବନ୍ଧରେ ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଅନୁସାରେ ସମସ୍ତ ମହିଳା, ଛୋଟ ପିଲା ଓ କିଶୋରାବସ୍ଥାର ପିଲାମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଏହିଭଳି ବ୍ୟକ୍ତିମାନଙ୍କର କୋଭିଡ୍‍-୧୯ ସଂକ୍ରମଣ ସ୍ଥିତିକୁ ବିଚାରକୁ ନିଆନଯାଇ ସେମାନଙ୍କୁ ଏହିସବୁ ସେବା ଯୋଗାଇ ଦେବାକୁ ହେବ । ମନ୍ତ୍ରଣାଳୟ କହିଛି, ସ୍ଥାନୀୟ ପରିସ୍ଥିତିକୁ ଭିତ୍ତି କରି ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଲୋକମାନଙ୍କ ଘରେ ପହଞ୍ଚାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ମନ୍ତ୍ରଣାଳୟ କହିଛି, ସାମୂହିକ ଭିଟାମିନ୍‍-ଏ ଯୋଗାଣ, ଝାଡ଼ାରୋଗ ନିୟନ୍ତ୍ରଣ କକ୍ଷ ଅଭିଯାନ, ଜାତୀୟ କୃମିମୁକ୍ତ ଦିବସ ପାଳନ ଓ ରକ୍ତହୀନତା ପାଇଁ ପରୀକ୍ଷା, ଚିକିତ୍ସା ଓ ବାର୍ତ୍ତାଳାପ କ୍ୟାମ୍ପ୍‍ଗୁଡ଼ିକର ଆୟୋଜନ ମାଧ୍ୟମରେ ଏହିସବୁ ସେବା ଲୋକମାନଙ୍କୁ ସେମାନଙ୍କର ଘରେ ଯୋଗାଇ ଦେବା ପାଇଁ ଏଥିରେ ଉଲ୍ଲେଖ ରହିଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡ୍‍-୧୯ରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ଓ ନିଶ୍ଚିତ ହୋଇଥିବା ବ୍ୟକ୍ତିମାନଙ୍କୁ କୋଭିଡ୍‍ ହସ୍ପିଟାଲ୍‍ଗୁଡ଼ିକରେ ଚିକିତ୍ସାସେବା ଯୋଗାଇ ଦିଆଯିବା ଉଚିତ୍‍ । ମନ୍ତ୍ରଣାଳୟ ପୁଣି କହିଛନ୍ତି, ଏହିସବୁ ସେବା ପ୍ରଦାନ ପାଇଁ କୋଭିଡ୍‍ ପରୀକ୍ଷା ବାଧ୍ୟତାମୂଳକ ନୁହେଁ ଓ ଆଇସିଏମ୍‍ଆର୍‍ ପରୀକ୍ଷା ନିୟମାବଳୀକୁ ଅନୁସରଣ କରାଯିବା ଆବଶ୍ୟକ । ଟେଲି କନସଲଟେସନ୍‍ ସେବାର ବ୍ୟବହାର ମାଧ୍ୟମରେ ଜନଗହଳି କମ୍‍ କରାଯାଇପାରିବ ଓ ଲୋକମାନଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବାକୁ ରୋକାଯାଇ ପାରିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ପ୍ରତିବର୍ଷ ଅଢ଼େଇ କୋଟି ମହିଳା ଗର୍ଭ ଧାରଣ କରୁଥିବାରୁ ସେମାନଙ୍କୁ ଏହିସବୁ ସେବା ନିୟମିତ ସମୟ ବ୍ୟବଧାନରେ ଯୋଗାଇବା ଅତ୍ୟନ୍ତ ଅପରିହାର୍ଯ୍ୟ । ଏହା ନ ହେଲେ ଗର୍ଭବତୀ ମହିଳା ଓ ନବଜାତ ଶିଶୁ ମୃତ୍ୟୁହାର ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories