www.samajalive.in
Monday, December 15, 2025
26.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ: ପଦ୍ମଶ୍ରୀ ଫେରାଇବାକୁ କଙ୍ଗନାଙ୍କ ଚେତାବନୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ ବଲିଉଡ୍‌ର ଅନେକ ବଡ଼ ବଡ଼ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ। ବଲିଉଡ୍‌ରେ ନେପୋଟିଜମ (ଆତ୍ମୀୟତାବାଦ) ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଇଥିବା କଙ୍ଗନା କହିଥିଲେ। ଏବେ ସେ ତାଙ୍କ ଅଭିଯୋଗ ପ୍ରମାଣିତ ନ ହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇଦେବେ ବୋଲି କଙ୍ଗନା ଚେତାବନୀ ଦେଇଛନ୍ତି।

ଏକ ନ୍ୟୁଜ ଚ୍ୟାନେଲ୍‌ ସହିତ ଆଲୋଚନା ବେଳେ କଙ୍ଗନା କହିଛନ୍ତି, ମୁମ୍ବଇ ପୁଲିସ ମୋତେ ବୟାନ ରେକର୍ଡ ପାଇଁ ଡକାଇଥିଲା। ମୁଁ ମନାଲିରେ ଥିବାରୁ ପୁଲିସକୁ ପଚାରିଥିଲି ଯେ, ମୋ ବୟାନ ରେକର୍ଡ ପାଇଁ ଆପଣ କାହାକୁ ଏଠାକୁ ପଠାଇପାରିବେ କି ? କିନ୍ତୁ ଏହା ପରେ ପୁଲିସଠାରୁ ମୋତେ କୌଣସି ଉତ୍ତର ମିଳି ନ ଥିଲା। ଯଦି ମୁଁ ଏପରି କିଛି କହିଛି, ଯାହାର ମୁଁ ସାକ୍ଷ୍ୟ ଦେଇ ପାରିବି ନାହିଁ, ଯାହା ମୁଁ ପ୍ରମାଣ କରିପାରିବି ନାହିଁ ଏବଂ ଯାହା ଜନସାଧାରଣଙ୍କ ହିତରେ ନାହିଁ, ତେବେ ମୁଁ ମୋର ପଦ୍ମଶ୍ରୀ ଫେରାଇ ଦେବି। ମୁଁ ତାହାର ହକ୍‌ଦାର ନୁହେଁ। ମୁଁ ସେପରି ବ୍ୟକ୍ତି ନୁହେଁ, ଯିଏ ଏମିତି କିଛି କହିଦିଏ ଏବଂ ମୁଁ ଏପର୍ଯ୍ୟନ୍ତ ଯାହା କହିଛି ତାହା କେବଳ ଜନସାଧାରଣଙ୍କ ହିତ ପାଇଁ କହିଛି ବୋଲି କଙ୍ଗନା କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories