www.samajalive.in
Monday, December 8, 2025
27.1 C
Bhubaneswar

ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ରାଜ୍ୟ ସରକାରଙ୍କ ଚେତାବନୀ, ହଟସ୍ପଟ ଜିଲାର ରୋଗୀଙ୍କୁ ଚିକିତ୍ସା ନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ରାଜ୍ୟ ସରକାରଙ୍କ ଚେତାବନୀ। ରାଜ୍ୟର କରୋନା ହଟସ୍ପଟ ଜିଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ହେଉଛି ଅପରାଧ। ଏଣୁ ଯଦି କୌଣସି ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକ ଯଦି କୌଣସି ରୋଗୀକୁ ଚିକିିତ୍ସା ନକରି ଫେରାଇ ଦିଏ ତେବେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ ରାଜ୍ୟରେ କରୋନା ହଟସ୍ପଟ ଥିବା ଜିଲାମାନଙ୍କରୁ ଚିକିତ୍ସା ପାଇଁ ସହରକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଓ କ୍ଲିନିକ ଗୁଡିକ କରୋନା ସଂକ୍ରମଣ ଭୟରୁ ଚିକିତ୍ସା ନକରି ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ମୁଖ୍ୟଶାସନ ସଚିବ ଗୁରୁତର ସହ ନେଇ ଆଜି ଏହି ନିର୍ଦେଶ ଦେଇଛନ୍ତି। ଯଦି ରାଜ୍ୟରେ ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ୍ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ରୋଗୀଙ୍କୁ ମେଡିକାଲରେ ଆଡମିଶନ କରିବା ବେଆଇନ ତେଣୁ ଏସବୁ କରୁଥିବା ହସ୍ପିଟାଲ ଏବଂ କ୍ଲିନିକ ଉପରେ ଆକ୍ସନ ନିଆଯିବ । ଏନେଇ ୧୦୦ ନମ୍ବରକୁ ଡାଏଲ କରି ଜଣାଇବାକୁ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories